ବର୍ତ୍ତମାନ ସମୟରେ ପ୍ରତ୍ୟେକ ଲୋକ ମାନେ ନିଜ ନିଜ କାମ,ଖାଦ୍ୟପେୟ ପ୍ରତି ଯତ୍ନଶୀଳ ନୁହଁନ୍ତି ସେଥିପାଇଁ ପରବର୍ତ୍ତୀ ସମୟରେ ବହୁତ ଲୋକମାନେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ।ତେବେ ଆଜିର ଦୁନିଆରେ ମୋଟପଣ ଏକ ସାଧାରଣ ସମସ୍ୟା ଯାହା ନବେ ପ୍ରତିଶତ ଲୋକ ମାନଙ୍କ ପାଖରେ ଦେଖାଯାଉଛି । ଆଉ ଯେତେବେଳେ ପେଟରେ ଚର୍ବି ବଢ଼ିଯାଏ ତାହା ତ ମଣିଷ ପାଖରେ ଅନେକ ଅସୁବିଧା ସୃଷ୍ଟି କରିଥାଏ ।ପେଟରେ ଚର୍ବି ବଢ଼ିଗଲେ ଲୋକମାନେ ବସିବା ଉଠିବାରେ ବହୁତ ଅସୁବିଧା ହୁଏ, ଆଉ ନିଜର ସୌନ୍ଦର୍ଯ୍ୟ ଧୀରେ ଧୀରେ ହଜି ଯାଏ ଏହି ପରି ଆହୁରି ଅନେକ ଅସୁବିଧା ହୁଏ ।
ତେବେ ଏସବୁର ମୁଖ୍ୟ କାରଣ ହେଉଛି ଆମେ କେତେବେଳେ କଣ ଖାଉଛୁ ତାହାର କିଛି ରୁଟିନ ନାହିଁ ଆଉ ଅଧିକ ସମୟ ଧରି ବସିବା କାର୍ଯ୍ୟ କଲେ ଓ ଶାରୀରିକ ପରିଶ୍ରମ ନକଲେ ପେଟର ଚର୍ବି ବଢ଼ିଯାଏ ।ତେବେ ଆମେ ଆଜି କେତୋଟି ଏକ୍ସାସାଇଜ ବିଷୟରେ କହିବୁ ଯାହାକୁ ନୀତିଦିନ କଲେ ଆପଣଙ୍କ ପେଟରେ ଚର୍ବି କମିବାକୁ ଲାଗିବ ।ଏହା ସହିତ ଆପଣ ପ୍ରତିଦିନ ଅଧିକ ପାଣି ପିଇଲେ, ମିଠା ଜାତୀୟ ଖାଦ୍ୟ କମ ଖାଇଲେ,ପାଚିଲା ଅମୃତ ଭଣ୍ଡା ଖାଇଲେ ବି ପେଟର ଚର୍ବି କମିଥାଏ ।ତେବେ ଏବେ ଜାଣି ରଖନ୍ତୁ ସେହି 4ଟି ଏକ୍ସାସାଇଜ ବିଷୟରେ ।
1.ବକ୍ରାସନ:-
-ଏହି ଆସନ ପାଇଁ ଆପଣ ଦଣ୍ଡାସନରେ ବସି ଡାହାଣ ପଟକୁ ବାମ ପାଦ ମୋଡିକରି ରଖନ୍ତୁ, ଆଉ ବାମ ଜଙ୍ଘକୁ ପାଖରେ କହୁଣୀ ସହ ଯୋଡ଼ି କରି ବାମ ପାଦକୁ ସିଧା ରଖନ୍ତୁ ।ତାପରେ ବାମ ହାତକୁ ଡାହାଣ ପାଦ ଓ ପେଟ ମଝି ଦେଇ ଆଣି ଡାହାଣ ପାଦକୁ ପଞ୍ଝା ପାଖରେ ଟେକି ରଖନ୍ତୁ ।ଦୁଇ ହାତକୁ କମର ପଛରେ ଭୂମି ଉପରେ ସିଧା ରଖି ବେକକୁ ବୁଲାଇ ଡାହାଣ କାନ୍ଧ ଉପରେ ମୋଡିକରି ପଛକୁ ଦେଖନ୍ତୁ ଆଉ ଗୋଟିଏ ଗୋଡ଼ରେ ବି କରନ୍ତୁ ।ଆଉ ଏହାକୁ ସବୁଦିନ 4ରୁ 6 ଥର କରିବା ଉଚିତ ।
2.ଭୁଜଙ୍ଗାସନ:-
ଏହି ଆସନ ପାଇଁ ଆପଣ ପେଟ ତଳକୁ କରି ଶୋଇ ବାମ ହାତକୁ ଛାତିର ତଳେ ରଖି ତା ଉପରେ ଡାହାଣ ହାତକୁ ରଖନ୍ତୁ ଓ ଏବେ ନିଶ୍ୱାସ ନିଅନ୍ତୁ ।ଏହାପରେ ମୁଣ୍ଡ ଓ ଛାତିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ ତେବେ ପଛରୁ ପାଦ ଗୋଇଠିକୁ ଯୋଡି ରଖିଥିବେ ।ଆଉ ଏହିପରି କିଛି ସମୟ ପର୍ଯ୍ୟନ୍ତ ରୁହନ୍ତୁ ତାପରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ ।ଏହାକୁ ଦିନରେ 3ରୁ 5 ଥର କଲେ ପେଟର ଚର୍ବି କମିଯିବ ।ତେବେ ଅଣ୍ଟା ଯନ୍ତ୍ରଣାରେ ଏହାକୁ କରିବେ ନାହିଁ ।
3.ପ୍ଲାଙ୍କ:-
ଏଥିରେ ଆପଣ କୋଶପ ପଜିସନରେ ରହି ପଡ଼ ଆଙ୍ଗୁଳି ଓ ହାତ ତଳକୁ ରଖି ଶରୀରକୁ ଉପରକୁ ଉଠେଇ 30 ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ, ଏହା କଲେ ଶରୀରରୁ ପେଟ କମିଥାଏ ।
4.କ୍ରଞ୍ଜେସ୍:-
ଏଥିରେ ଆପଣ ସିଧା ହେଇ ଶୋଇ ଯାଆନ୍ତୁ ,ତାପରେ ହାତ ଦୁଇଟିକୁ ପଛକୁ ରଖି ଗୋଡ଼ ଦୁଇଟିକୁ ମୋଡ଼ନ୍ତୁ ।ତାପରେ ସମ୍ପୂର୍ଣ୍ଣ ଶରୀରକୁ ଓ ହାତକୁ ଉପରକୁ ଉଠାନ୍ତୁ ।ତେବେ ଏହାକୁ ଦିନକୁ 15ରୁ 20 ଥର କରିଲେ ପେଟ କମିଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।