ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ଜରିଆରେ ଆମେ ଅନେକ କିଛି କଥା ଶିଖିବାକୁ ଆଉ ଜାଣିବାକୁ ମଧ୍ୟ ପାଇଥାଉ । ବେଳେ ବେଳେ ଅନେକ ସମୟରେ ହିରୋ ଆଉ ହିରୋଇନ ମାନଙ୍କୁ ମଧ୍ୟ ନେଇକି ଅନେକ କିଛି କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ । ତେବେ ବର୍ତ୍ତମାନ ଆମେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ର ଚୁଲବୁଲି ନାୟିକା ତଥା ହିରୋଇନ ପ୍ରିୟା ଚୌଧୁରୀ ଙ୍କ ବିଷୟରେ ।
ଆଉ ଯେଉଁଠି କୁହାଯାଉଛି କି ପ୍ରିୟା ତାଙ୍କର ଅଭିନୟ ଜଗତରେ କେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ସିଡ଼ି ଛାଡି ତାଙ୍କର କେରିୟର କୁ ଆଗକୁ ନେଇ ଯାଇ ପାରିଥିଲେ ତାହା ଏଠାରେ କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ଅଲିଉଡ ରେ ଅଭିନୟ କରିଥିବା ଅନେକ ଫିଲ୍ମ ଏକ୍ଟର ମାନଙ୍କୁ ଦେଖିବାକୁ ପାଉଥିବେ ଅଭିନୟ କରୁଥିବାର । ତେବେ ସେମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ ହେଉଛନ୍ତି ଜଣେ ଏମିତି ଏକ୍ଟର ଯିଏ କି ତାଙ୍କର ଜବରଦସ୍ତ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଆଉ ଅଭିନୟ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି ।ଆଉ ତାହା ସହିତ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ ଓଡ଼ିଆ ଫିଲ୍ମ କରିକି ଦର୍ଶକ ମାନଙ୍କର ମନ କିଣି ନେଇଛନ୍ତି ବୋଲି କୁହାଯାଉଛି । ଆଉ ତାହା ସହିତ ଓଡ଼ିଆ ଫିଲ୍ମ କରି ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଘର କରିଛନ୍ତି ।
ଅଭିନେତ୍ରୀ ପ୍ରିୟା ଚୌଧୁରୀ ୨୫ ନଭେମ୍ବର ୧୯୮୯ ମସିହାରେ ଭୁବନେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ । ପ୍ରିୟା ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକ ପାସ କରିଥିଲେ ।୨୦୦୮ ମସିହାରେ ପ୍ରିୟା ପ୍ରଥମ ଥର ପାଇଁ ଅଭିନୟ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ। ପ୍ରିୟା ଙ୍କ ଅଭିନୀତ ପ୍ରଥମ ସିନେମା ହେଉଛି ଡ୍ରିମଗାର୍ଲ୍ ।ଏହି ସିନେମାରେ ପ୍ରିୟା ଙ୍କ ବିପକ୍ଷରେ ସବ୍ୟସାଚୀ ମିଶ୍ର ନାୟକ ସାଜି ଥିଲେ। ଏମାନଙ୍କ ଯୋଡି କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରି ଥିଲେ। ଏହାପରେ ପ୍ରିୟା ଅନେକ ଗୁଡ଼ିଏ ସିନେମା ରେ ଅଭିନୟ କରୁଛନ୍ତି।
ଖୁବ୍ ଅଳ୍ପ ଦିନ ମଧ୍ୟରେ ପ୍ରିୟା ଦର୍ଶକ ମାନଙ୍କ ହୃଦୟରେ ଜିଣି ପାରିଥିଲେ।ପ୍ରିୟା ଅଭିନୟ କରିବା ପୂର୍ବରୁ ଉପସ୍ଥାପିକା ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। ସଂଗୀତ ସୁରଭି, ମିତଟିଏ ଗୀତଟିଏ ଏବଂ ଆପଣଙ୍କ ପସନ୍ଦ, ହିପ୍ ହିପ୍ ହୁରେ ଏବଂ ପଲିଟିକାଲ୍ ସର୍କସ ପରି ଅନେକ କାର୍ଯ୍ୟକ୍ରମରେ ଆଙ୍କରିଂ କରିଛନ୍ତି। ଦୂରଦର୍ଶନ ଓଡ଼ିଆରେ ପ୍ରସାରିତ ହୋଇଥିବା ଶୁଭ ସକାଳ କାର୍ଯ୍ୟକ୍ରମରେ ସେ ପୁପିନ୍ଦରଙ୍କ ସହ ଆଙ୍କରିଂ କରିଛନ୍ତି ।
ଅଲ ଇଣ୍ଡିଆ ରେଡିଓରେ ମଧ୍ୟ ଉପସ୍ଥାପିକା ଭାବେ କାମ କରିଛନ୍ତି ।ତେବେ ପ୍ରିୟା ୨୦୧୩ ମସିହାରେ ହାଇଦ୍ରାବାଦର ସଫଟ୍ଓ୍ବେୟାର୍ ଡେଭଲପରଙ୍କୁ ସେ ବିବାହ କରିଥଲେ। ବିବାହ ପରେ ପ୍ରିୟା ସିନେମା ଜଗତ ଠାରୁ ଦୂରେଇ ରହି ଥିଲେ ମଧ୍ୟ ବିଭିନ୍ନ ରିୟାଲିଟି ଶୋ ରେ ଜଜ୍ ଭାବରେ କାମ କରି ଆସୁଛନ୍ତି। ବର୍ତ୍ତମାନ ସମୟରେ ପ୍ରିୟା ତରଙ୍ଗ ଟିଭିର ରିୟାଲିଟି ଶୋ ତରଙ୍ଗ ପରିବାର ମହା ମୁକାବିଲା ଜଜ୍ ଭାବେ ନଜର ଆସୁଛନ୍ତି।