ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |
ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ |
ପିଣ୍ଟୁ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯେଉଁ ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ପ୍ରଥମେ ପିଣ୍ଟୁ ସକାଳୁ ସକାଳୁ ଉଠି ତାଙ୍କ କ୍ଷେତ କୁ ଯାଇଛନ୍ତି ଆଉ କିଭଳି ଭାବରେ ସୁନ୍ଦର କୁହୁଡ଼ି ପଡ଼ିଛି ତାହାକୁ ଦେଖାଇଛନ୍ତି | ପିଣ୍ଟୁ ଏଭଳି ସୁନ୍ଦର ସକାଳର କୁହୁଡ଼ି କୁ ଦେଖି କହିଛନ୍ତି କି ଯେତେବେଳେ କାହାର ମାଇଣ୍ଡ ଟିକେ ଟେନ୍ସନ ରେ ଥିବ ଏଭଳି ଜାଗାରେ ଆସି ବସିଲେ ଖୁବ ଶାନ୍ତି ମିଳିଥାଏ |
ଆଉ ଯେତେବେଳେ ସୂର୍ଯ୍ୟ ଉଦୟ ହେବ ହାଲକା ହାଲକା ଖରା ପଡ଼ିବ ସେତେବେଳେ ତାହା ଆହୁରି ସୁନ୍ଦର ଲାଗିବ ବୋଲି ପିଣ୍ଟୁ କହିଛନ୍ତି | ଏହାପରେ ପିଣ୍ଟୁ ତାଙ୍କ ଗାଁ ର ଆମ୍ବ ଗଛ ଦେଖାଇଛନ୍ତି ଆଉ ଆଗରୁ କେମିତି ସମସ୍ତେ ମିଶି ଆମ୍ବ ଗୋଟେଇ ନିଅନ୍ତି ତାହାର ମଜା କଥା ମଧ୍ୟ କହି ଥିଲେ |
ଏହାପରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ଙ୍କର ମାଟି ଘର ଭଙ୍ଗା ଯାଉଛି ଆଉ ଭଙ୍ଗା ଯାଇ ସେହି ମାଟି ଘରେ ନୂଆ ଚାଳ ପଡ଼ିବ ବୋଲି ଭିଡ଼ିଓ ମାଧ୍ୟମ ରେ ପିଣ୍ଟୁ କହିଛନ୍ତି | ଏହାପରେ ରୁନା କିପରି ରୋଷେଇ କରୁଛନ୍ତି ତାହାକୁ ମଧ୍ୟରେ ପିଣ୍ଟୁ ବେସ ମଜାଳିଆ ଢଙ୍ଗରେ କହିଛନ୍ତି |
ରୂପା ମଧ୍ୟ କିଭଳି ଭାବରେ ଘର କାମ ସବୁ କରୁଛନ୍ତି ତାହା ମଧ୍ୟ ଏଠାରେ ଦେଖିବା ପାଇଁ ମିଳିଛି କି | ରୂପା ଜଣେ ଆଲବମ ହିରୋଇନ ହେଲେ ବି ସେ ଘର ର ସମସ୍ତ ଦାୟିତ୍ୱ କୁ ଖୁବ ସୁନ୍ଦର ଭାବରେ ନେଇ ଥାଆନ୍ତି ଯାହାକି ଅନେକ ଭିଡ଼ିଓ ରେ ଆପଣ ମାନେ ଦେଖି ଥିବେ ଆଉ ସେ ଆଜି ଏହା ଦ୍ୱାରା ହିଁ ଦର୍ଶକ ଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି, ଏହି ଭିଡ଼ିଓ ଟି ମଧ୍ୟ ଲୋକଙ୍କ ହୃଦୟ କୁ ବେସ ଛୁଇଁ ଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।