ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ଅସୁସ୍ଥ କଥା ଶୁଣି ସାହାର୍ଯ୍ୟ କରିବେ . କହିଲେ ଅନୁଭବ ମହାନ୍ତି

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ସମସ୍ତ ଙ୍କ ମନରେ ଚିନ୍ତା ଭରି ଦେଇଛି । କାରଣ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂକଟା ପର୍ଣ୍ଣ ରହିଛି ଆଉ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ରୁ ଦିଲ୍ଲୀ ହସ୍ପିଟାଲ କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ନିଆଯାଇଛି ବୋଲି କୁହା ଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଅଲିଉଡ ରେ ଅନେକ ପ୍ରକାରର କଳାକାର ମାନେ ଅଛନ୍ତି ଯେଉଁ ମାନେ କି ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ଅଲିଉଡ ର ଜଣେ ବେଶ ଜଣା ଶୁଣା ଲୋକ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । କେତେବେଳେ ନାୟକ ତ ଆଉ କେତେବେଳେ ଖୋଳ ନାୟକ ପୁଣି କେତେବେଳେ କମେଡିଆନ ଭାବରେ ନିଜର ଦମଦାର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ପିଣ୍ଟୁ ନନ୍ଦ ।ତାହା ସହିତ ଅଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ପିଣ୍ଟୁ ନନ୍ଦ ତାଙ୍କର ଅଭିନୟ ମାଧ୍ୟମରେ ।

 

ତେବେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଅଭିନେତା ଅନୁଭବ ମହାନ୍ତି ଏକ ବଡ଼ ବୟାନ ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ପିଣ୍ଟୁ ନନ୍ଦ ଙ୍କୁ ହୋଇଥିବା ରୋଗର ଚିକିତ୍ସା ପାଇଁ ତାଙ୍କ ଦ୍ବାରା ଯାହା ବି ସାହାଯ୍ୟ ହୋଇପାରିବ ସେ ଦେବେ।ଆଉ ଏଥିପାଇଁ ହସପିଟାଲ ରେ ପହଞ୍ଚିଲେ ପିଣ୍ଟୁ ନନ୍ଦ ଙ୍କୁ ଦେଖିବା ପାଇଁ ଅନୁଭବ ମହାନ୍ତି। ମନ୍ତ୍ରୀ ଙ୍କ ନିକଟକୁ ଯାଇ ଅନୁଭବ ମହାନ୍ତି ମାଗିଛନ୍ତି ପିଣ୍ଟୁ ନନ୍ଦ ଙ୍କ ପାଇଁ ସାହାଯ୍ୟ।ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ସହିତ ଯେଉଁଠି ଯାହା ବି ଦରକାର ହେବ ଯୋଗାଇ ଦେବ ବୋଲି କହିଛନ୍ତି ଅନୁଭବ ମହାନ୍ତି। ଆଉ ଏବେ ବଡ଼ କଥା ହେଉଛି ଲିଭର କିଏ ଦେବ।

ଏତେ ଟଙ୍କା ଯୋଗାଡ଼ ହେବା ପରେ ମଧ୍ୟ ଲିଭର ଯିଏ ଡୋନେଟ୍ କରିବ ତାହା ପତ୍ତା ମିଳିପାରି ନାହିଁ। କାହିଁକିନା ଡାକ୍ତର ୬ ମାସ ସମୟ ଦେଇଛନ୍ତି ସେହି ସମୟ ମଧ୍ୟରେ ସବୁକିଛି କରିବା ପାଇଁ ପଡ଼ିବ। ତେବେ ଅନୁଭବ ମହାନ୍ତି ସାହାଯ୍ୟ କରିବା କଥା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Leave a Comment