breaking news- ସରକାର କଲେ ଏହିଭଳି ନିଷ୍ପତ୍ତି ,ଅନ୍ୟ ଜାତିରେ ବିବାହ କଲେ ମିଳିବ ୧୦ ଲକ୍ଷ ଟଙ୍କା

କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜାନ ଆଣୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଲୋକଙ୍କ ପାଇଁ ଥାଏ ତ ଅନ୍ୟ କିଛି ଝିଅ ମାନଙ୍କ ପାଇଁ। କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ରହିଛି ସମ୍ପୂର୍ଣ୍ଣ ଭାବେ ଝିଅ ମାନଙ୍କ ବିବାହକୁ ନେଇ। ମାନେ ଏବେ ଝିଅ ମାନଙ୍କ ବିବାହକୁ ନେଇ ସ୍କିମ ବାହାରିଛି।

ତେବେ ଅନ୍ୟ ଜାତିରେ ବିବାହ କରିଲେ ମିଳିବ 10 ଲକ୍ଷ ଟଙ୍କା । ଜାତି ପ୍ରଥା କୁ ଦୃଷ୍ଟିରେ ରଖି ସରକାରଙ୍କ ର ଏପରି ନିଷ୍ପତି । ବାହାଘର ପରେ ନଗଦ ଆକାଉଣ୍ଟକୁ ଆସିବ 10 ଲକ୍ଷ ଟଙ୍କା । ଅନ୍ୟ ଜାତି ରେ ଏବେ ବାହା ହେଲେ କୌଣସି ଅସୁବିଧା ହେବନାହିଁ । କାରଣ ସରକାର ଏବେ ନବଦମ୍ପତି ଙ୍କୁ ଦେବେ ନଗଦ 10 ଲକ୍ଷ ଟଙ୍କା । ଆମ ସମାଜ ରେ ବାହା ଘର କୁ ନେଇ ଅନେକ ସମସ୍ୟା ମାନ ଦେଖାଦେଇ ଥାଏ । ଅନ୍ୟ ଜାତି ରେ ବାହା ହେବାକୁ ଅନେକ କେହି ପସନ୍ଦ କରନ୍ତି ନାହିଁ ।

 

ଅନ୍ୟ ଜାତି ରେ ବାହା ହେଲେ କୂଳ ଅସୁଦ୍ଧି ହୋଇଯାଏ ବୋଲି ଲୋକଙ୍କ ର ବିଶ୍ୱାସ ରହିଛି। ସେଥି ପାଇଁ ଅନ୍ୟ ଜାତି ରେ କେହି କାହାକୁ ବାହା ଦିଅନ୍ତି ନାହିଁ । ଆଉ ଯେଉଁ ମାନେ ବାହା ହୁଅନ୍ତି ସେମାନଙ୍କୁ ଅନେକ ପ୍ରକାର ର ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ଏବେ ଅନ୍ୟ ଜାତି ରେ ବାହା ହେଲେ ସରକାର ଦେବେ 10 ଲକ୍ଷ ଟଙ୍କା । ଯେଉଁ ରାଶି ପୂର୍ବରୁ 5 ଲକ୍ଷ ଟଙ୍କା ଥିଲା ତାହାକୁ ସରକାର ବୃଦ୍ଧି କରି 10 ଲକ୍ଷ ଟଙ୍କା କରି ଦେଇଛନ୍ତି ।

ତେବେ ଆମ ସମାଜରେ ଜାତି ପ୍ରଥା କୁ ନେଇ ଅନେକ କିଛି ନିୟମ ରହିଛି ଯେଉଁ ନିୟମ ପାଇଁ ପ୍ରତି ଟି ସମୟରେ ଗୋଟିଏ ବିବାହିତ ଝିଅ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଥାଏ । କେତେବେଳେ ଘରୁ ବାହାରିଯାଇ ବାହାରେ ରହି ଥାଏ ତ ପୁଣି କେତେ ବେଳେ ତାକୁ ସମାଜ ର ଅତ୍ୟାଚାର ର ଶିକାର ହେବାକୁ ପଡିଥାଏ । ଅନେକ ସମୟରେ ଅନ୍ୟ ଜାତି ରେ ବାହାହେବା ଦ୍ୱାରା ନବ ଦମ୍ପତି ଙ୍କ ଜୀବନ ମଧ୍ୟ ଚାଲି ଯାଏ । ଏଭଳି ମାନସିକତାକୁ ଦୂର କରିବା ପାଇଁ ସରକାର ଏମିତି କିଛି ନିୟମ କରିଛନ୍ତି ।

ତେବେ ଏହି ନିୟମ ରାଜସ୍ଥାନ ସରକାର କରିଛନ୍ତି । 10 ଲକ୍ଷ ଟଙ୍କା ମିଳିବାକୁ ନେଇ ଚଳିତ ବର୍ଷ ବଜେଟ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଥିଲେ । ଆଉ ଏହି ବିଜ୍ଞପ୍ତି କୁ ଏବେ ଜାରି କରିଛି ସାମାଜିକ ନାୟ ଏବଂ ସସକ୍ତିକରଣ ବିଭାଗ । ସୂଚନା ମୁତାବିକ ଦିଆ ଯାଇ ଥିବା ସୂଚନା ଅନୁସାରେ ସରକାର ଙ୍କ ତରଫରୁ 10 ଲକ୍ଷ ଟଙ୍କା ନବ ଦମ୍ପତିଙ୍କୁ ମିଳିବ । ହେଲେ 5 ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ସହ ଅନ୍ୟ 5 ଲକ୍ଷ ଟଙ୍କା ଆଗାମୀ 8 ବର୍ଷ ପାଇଁ ବ୍ୟାଙ୍କ ଆକାଉଣ୍ଡ ରେ ସେଭିଙ୍ଗ ହୋଇଯିବ ।

2006 ରେ ଏହି ଯୋଜନାକୁ ଆରମ୍ଭ କରିଥିଲେ ରାଜସ୍ଥାନ ସରକାର । ସେହି ସମୟରେ ପ୍ରୋତ୍ସାହନ ରାଶି 50 ହଜାର ଟଙ୍କା ରଖା ଯାଇଥିଲା ଯାହାକୁ ପରବର୍ତ୍ତୀ ସମୟରେ ବଢ଼ା ଯାଇ 5 ଲକ୍ଷ ଟଙ୍କା କରି ଥିଲେ ରାଜସ୍ଥାନ ସରକାର । ହେଲେ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବରେ ଏହି ଯୋଜନା କରିଛନ୍ତି । ଯେଉଁ ଥିରେ ରାଜ୍ୟ ସରକାର 75% ଅର୍ଥ ଦେଉ ଥିବା ବେଳେ କେନ୍ଦ୍ର ସରକାର 25% ଅର୍ଥ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment