ସାବଧାନ ! ସକାଳୁ ଉଠି ଭୁଲରେବି ଏହି ସବୁ ଜିନିଷ ଦେଖନ୍ତୁ ନାହିଁ ନଚେତ୍ ପୂରା ଦିନଟି ଦୁଃଖରେ କଟିବ

ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି କି ସକାଳର ଆରମ୍ଭ ଯଦି ଠିକ ଭାବରେ ହୋଇଥାଏ ତେବେ ପୂରା ଦିନଟି ସୁଖ ଶାନ୍ତିରେ ବିତିଥାଏ । ସକାଳ ଆରମ୍ଭ ଯଦି କିଛି ଅଶୁଭ ଜିନିଷରୁ ହୋଇଥାଏ ତେବେ ପୂରା ଦିନଟି ଦୁଃଖରେ କଟିଥାଏ , ଯାହା ଦ୍ୱାରା ଆପଣ କେବେହେଲେ ଉନ୍ନତି କରି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଦେଖିବା ଦ୍ୱାରା ଜୀବନରେ କେବେବି ଉନ୍ନତି ହୋଇ ନଥାଏ ।

1 ଚରିତ୍ରହୀନ ମହିଳାଙ୍କ ମୁହଁ ;

ସକାଳୁ ଉଠି ଚରିତ୍ରହୀନାଙ୍କ ମୁହଁ କେବେହେଲେ ଦେଖନ୍ତୁ ନାହିଁ , କୁହାଯାଏକି ଏଭଳି ମହିଳାଙ୍କ ମୁହଁ ଦେଖିଲେ ଆପଣଙ୍କ ଦିନଟି ପୁରା ବରବାଦ ହୋଇ ଯାଇଥାଏ । ତେଣୁ ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ବାପା ମାଙ୍କର ଆଶୀର୍ବାଦ ନିଅନ୍ତୁ , ତେବେଯାଇ ଆପଣଙ୍କର ପୂରା ଦିନଟି ଭଲରେ କଟିବ ।

2 ଆଇନା ଦେଖନ୍ତୁ ନାହିଁ ;

ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ , ବାସ୍ତୁଶାସ୍ତ୍ର ଏବଂ ସକାଳୁ ଉଠି ମୁହଁ ନଧୋଇ ଆଇନାରେ ମୁହଁ ଦେଖାଯାଏ ତେବେ ଏହା ଦ୍ୱାରା ଆପଣ କାଙ୍ଗାଳ ହୋଇ ଯାଇପାରନ୍ତି । କାହିଁକିନା ଦିନର ଆରମ୍ଭର ଆଇନାରେ ନକରାତ୍ମକ ଶକ୍ତି ଅଧିକ ପରିମାଣରେ ରହିଥାଏ , ଯାହା ଦ୍ୱାରା ଆପଣଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ ଏବଂ କୌଣସି କାମ ମଧ୍ୟ ସଫଳ ହୋଇ ନଥାଏ ।

3 ଓଲଟା ଚପଲ ;

ସକାଳୁ ଉଠି ଓଲଟା ଚପଲ ବା ବୁଢିଆଣୀ କିମ୍ୱା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ , କାରଣ ଏହି ଗୁଡିକ ଦେଖିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଖାରାପ ହୋଇଥାଏ ଏବଂ ପୂରା ଦିନଟି ଅଶାନ୍ତିରେ କଟିଥାଏ ।

4 ଅଇଠା ବାସନ ;

ସକାଳୁ ଉଠି ଅଇଠା ବାସନ କିମ୍ୱା କାଲି ବାଲଟି ଥିବା ପାତ୍ର ଦେଖିବା ଉଚିତ କଥା ନୁହେଁ । ଯଦି ଆପଣ ଏହି ସବୁକୁ ଦେଖିବେ ତେବେ ଆପଣ ଆପଣଙ୍କ କାମରେ ଅସଫଳ ହେବେ । ଏମିତିରେ ଅଇଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରଖିବା ବହୁତ ଅଶୁଭ ମାନାଯାଏ ଏବଂ ମାତା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ମଧ୍ୟ ପଡିଥାଏ ।

5 କଳିଝଗଡା ;

ସକାଳୁ ଉଠି କଳିଝଗଡା ହେଉଥିବା ଦୃଶ୍ୟକୁ ଦେଖିବା ଉଚିତ ନୁହେଁ କାରଣ କଳି ଝଗଡା ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢିଥାଏ । ତେଣୁ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠି ଭଗବାନ କିମ୍ୱା ବାପାମାଙ୍କର ଦର୍ଶନ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚିତ ସଫଳତା ମଳିବ ।

ତେଣୁ ଭୁଲରେବି ଏହିସବୁ ଜିନଷ ସକାଳୁ ଉଠି ଦେଖନ୍ତୁ ନାହିଁ , କାରଣ ଏହି ସବୁ ଜିନିଷ ଗୁଡିକ ଦେଖିବା ଦ୍ୱାରା ଘରେ ଅଶାନ୍ତି ବଢିବା ସହିତ ଦିନଟି ଭଲରେ କଟି ନଥାଏ । ଅନେକ ସମୟରେ ନକରାତ୍ମକ ଶକ୍ତି ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥାଏ । ଏହା ଦ୍ୱାରା ଘରେ ମଧ୍ୟ ଧନର ଅଭାବ ଦେଖାଯିବା ସହିତ ଅଶାନ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment