SADHU BANI – ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, ୨୪ ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ,ଅପାମାର୍ଗ ଗଛର ଚମତ୍କାର ଫାଇଦା

ତେବେ ପ୍ରତେକ ବ୍ୟକ୍ତି ଏହା ଚାହିଁ ଥାଆନ୍ତି କି ତାଙ୍କ ଜୀଵନ ରେ ସେ କେମିତି ସୁଖ ଶାନ୍ତି ରେ ରହିବେ କିନ୍ତୁ ଏହା ମଧ୍ୟ ସତ ଯେ ମଣିଷ ଜୀଵନ ରେ ଦୁଃଖ କଷ୍ଟ ଓ ସମସ୍ୟା ଆଦି ଲାଗି ରହି ଥାଏ | କିନ୍ତୁ ଏପରି ମଧ୍ୟ କିଛି ଅଛି ଯାହା କରିବା ଦ୍ୱାରା ଆମର କିଛି ଟା ଦୁଃଖ କଷ୍ଟ ସମସ୍ୟା ଆଦି ଦୂରେଇ ଯାଇଥାଏ | ତେବେ ଆମ ପରିବେଶ ରେ ଅନେକ ଗଛ ରହିଛି ଆଉ ଏହି ଗଛ ଲତା ଦ୍ୱାରା ହିଁ ଆମେ ବଞ୍ଚିଛୁ, ଆଉ ଗଛ ସାଧାରଣ ଗଛ ହିଁ ହୋଇ ଥାଏ କିନ୍ତୁ ଏହି ଗଛ ମଧ୍ୟରେ ଏଭଳି ଏକ ଗଛ ରହିଛି ଯାହାକି ଆମ ଭାଗ୍ୟ ମଧ୍ୟ ବଦଳାଇ ଦେବ | ତେବେ ସେହି ଗଛର ନାଁ ହେଉଛି ଅପମାର୍ଗ ଗଛ ଯାହାକି ସେହି ଗଛରେ ମାତା ଲକ୍ଷ୍ମୀ, ମହାଦେବ, ମାତା ଗଙ୍ଗା ଓ ଶନିଦେବ ବାସ କରିଥାନ୍ତି | ଏହି ଗଛର ମାହାତ୍ମ୍ୟ ସମ୍ପର୍କ ରେ ଜାଣିଲେ ଆପଣ ଏହି ଗଛକୁ କେବେ ଉପାଡିବେ ମଧ୍ୟ ନାହିଁ, ତେବେ ଆସନ୍ତୁ ଏହି ଗଛ ସମ୍ପର୍କ ରେ ଆଲୋଚନା କରିବା |

ଏହି ଗଛଟି ଓଲଟା ବଢ଼ି ଥିବାରୁ ଏହି ଗଛର ନାମ ଅପମାର୍ଗ ଦିଆ ଯାଇଛି ଆଉ କୁହାଯାଏ କି ଏହି ଗଛ ରେ ଅମୃତ ପଡିଥିଲା ତେଣୁ କରି ଏହି ଗଛର ଅନେକ ଉପକାରିତା ରହିଛି | ଆଉ ଏହି ଗଛର ବ୍ୟବହାର ଯିଏ ଠିକ ଭାବରେ ଜାଣି ଥିବ ତେବେ ଅନେକ ଦେବାଦେବୀ ଙ୍କର କୃପା ସେହି ବ୍ୟକ୍ତି ଙ୍କ ଉପରେ ପଡ଼ିବ | ତେବେ ଏହି ଅପମାର୍ଗ ଗଛରେ ଦୁଇ ପ୍ରକାରର ଉପକାରିତା ରହିଛି ପ୍ରଥମ ଟି ହେଉଛି ଚିକିତ୍ସା ଉପକାର ଓ ଦ୍ୱିତୀୟଟି ହେଉଛ ତାନ୍ତ୍ରିକ ଉପଚାର |

ଚିକିତ୍ସା ଉପକାର :-
– ଆପଣ ତ ଜାଣନ୍ତି ଆଜିକାଲି ପ୍ରାୟ ଜଣଙ୍କ ପାଖରେ ଆଣ୍ଠୁଗଣ୍ଠି ର ସମସ୍ୟା ଦେଖିବା ପାଇଁ ମିଳୁଛି, ତେବେ ଯଦି କେହି ଅପମାର୍ଗ ଗଛର ଚେର କୁ ଶୁଖାଇ ଗୁଣ୍ଡ କରି ସେଥିରେ ସୋରିଶ ତେଲ ମିଶାଇ ତାହାକୁ ଆଣ୍ଠୁରେ ମାଲିସ କରିବେ,ତାହେଲେ ଖୁବ କମ ଦିନରେ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇଯିବ |

– ଯଦି ଆପଣଙ୍କ ର ଦାନ୍ତ ଜନିତ କୌଣସି ବି ଅସୁବିଧା ରହୁଛି, ଦାନ୍ତରେ ପାଇରିଆ ହେବା,ପୋକ ଲାଗିବା,ହଳଦିଆ ପଡିବା ଆଦି ରହୁଛି | ତେବେ ଏହି ଅପମାର୍ଗ ଗଛର ଚେର କୁ ଦାନ୍ତକାଠି ଭାବେ ଏକ ମାସ ଯାଏ ବ୍ୟବହାର କଲେ ଦେଖିବେ ଆପଣଙ୍କ ର ଦାନ୍ତ ର ସବୁ ଅସୁବିଧା ଦୂର ହେଇଯିବ |

ତାନ୍ତ୍ରିକ ଉପଚାର :-
– ତେବେ ପ୍ରାୟ ସମୟରେ ଆମର ଶତ୍ରୁ ମାନେ ଆମର ଅନେକ କିଛି କ୍ଷତି କରିବା ପାଇଁ ଚାହିଁଥାନ୍ତି, ସେତେବେଳେ ଏହି ଅପମାର୍ଗ ଗଛର ମଞ୍ଜିକୁ ଶନିଦେବଙ୍କ ନିକଟରେ ରଖି 51 ଥର ଶନିଦେବଙ୍କ ନାମକୁ ଜପ କରନ୍ତୁ | ଏହାପରେ ସେହି ମଞ୍ଜିକୁ ନାଲି କପଡ଼ା ରେ ବାନ୍ଧି ଏମିତି ଏକ ଜାଗାରେ ରଖନ୍ତୁ ଯେଉଁଠିକି କେହି ଯାଆନ୍ତି ବି ନାହିଁ ଏହା ଦ୍ୱାରା ଶତ୍ରୁ ଆପଣଙ୍କର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ |

– ସୋମବାର ଦିନ ଅପମାର୍ଗ ଗଛକୁ ଉପାଡି ଆଣି ତାହାର ଚେର କୁ ମହାଦେବ ଙ୍କ ଆଗରେ ରଖି “ଓଁ ନମଃ ଶିବାୟ” 1001 ଥର ଜପ କରନ୍ତୁ | ଏହାପରେ ସେହି ଚେରକୁ ଏକ ତାବୀଜ ରେ ପୁରେଇ ହାତରେ ବାନ୍ଧିଲେ ଭୁତ ପ୍ରେତ ର ଡର ରହିବ ନାହିଁ |

– ଶୁକ୍ରବାର ଦିନ ଏହି ଗଛର ମଞ୍ଜି କୁ ଆଣି ତାହାକୁ ନାଲି କପଡା ରେ ଗୁଡେଇ ସିନ୍ଦୁର ଲଗେଇ ନିଅନ୍ତୁ, ତାପରେ ତାହାକୁ ନିଜ ଟଙ୍କା ଥିବା ଯାଗରେ ରଖିଲେ ଧନର ଅଭାବ ରହିବ ନାହିଁ |

Leave a Comment