କିଛି ବର୍ଷ ପୂର୍ବେ ଲୋକମାନେ ବହୁତ ଦୁଃଖ କଷ୍ଟ ସହି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ ଏବଂ ସେତେବେଳେ ଲୋକମାନଙ୍କୁ ଗୋଟିଏ ଚାକିରୀ କରିବା ପାଇଁ ସେମିତି କୌଣସି ସୁବିଧା ନଥିଲା । ପରିବାରର ଝିଅ ମାନଙ୍କୁ ଘର କାର୍ଯ୍ୟରେ ସର୍ବଦା ଲଗାଉଥିଲେ ଏବଂ ଝିଅ ମାନଙ୍କୁ କୌଣସି କାର୍ଯ୍ୟ କରିବାର ପ୍ରଚେଷ୍ଟା କରାଯାଉନଥିଲା ।
କିନ୍ତୁ ଆଜିର ସମୟରେ ଲୋକମାନଙ୍କର ଚିନ୍ତାଧାରା ବଦଳିଲା ଏବଂ ସେମାନେ ପୁଅ ଏବଂ ଝିଅ ମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କଲେ । ଝିଅ ମାନଙ୍କୁ ସବୁ କ୍ଷେତ୍ରରେ ନିଯୁକ୍ତ କରାଯିବାର ସୁଯୋଗ ଦିଆଗଲା । ଆଜିର ଦିନରେ କୌଣସି ବ୍ୟକ୍ତି ଅନ୍ୟ ଉପରେ ବୋଝ ହୋଇ ରହିବା ପାଇଁ ଚାହୁଁନାହାନ୍ତି । ସେମାନେ ନିଜ ଗୋଡରେ ଛିଡା ହେବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି ।
ନିଜର କିଛି ବୃତ୍ତି କରି ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ଭଲ ପାଇଥାନ୍ତି କିନ୍ତୁ ଆଗରୁ ଲୋକମାନେ ପରିବାର ଚଳୁଥିବା ଜଣେ ସଦସ୍ୟଙ୍କ ଉପରେ ସର୍ବଦା ନିର୍ଭର କରିଥାନ୍ତି । ପରିବାରର ମୁଖ୍ୟଙ୍କୁ ସମସ୍ତ ଦାୟିତ୍ୱ ପରିବହନ କରିବାକୁ ପଡୁଥିଲା କିନ୍ତୁ ଏବେ ସମସ୍ତେ ନିଜ ଗୋଡରେ ଛିଡା ହେବା ପାଇଁ ଚାହୁଁଛନ୍ତି । କିନ୍ତୁ କୁହାଯାଇଥାଏ କୌଣସି ବ୍ୟକ୍ତି କୌଣସି କାର୍ଯ୍ୟକୁ ସଠିକ ଭାବରେ ମନ ଲଗାଇ ନକଲେ ସେଥିରେ ନିଶ୍ଚିତ ଭାବରେ ଅସଫଳ ହୋଇଥାଏ ।
ନିଜ ମନ ଅନୁସାରେ କୌଣସି କାର୍ଯ୍ୟକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିଥାଏ । ଏହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ ଜୀବନରେ କେବେହେଲେ ହାରନ୍ତି ନାହିଁ । ଏମିତି ଏକ ପରିବାର ରହିଛି , ସେହି ପରିବାରର 4 ଜଣ IPS ଓ IAS ହୋଇଛନ୍ତି ଏହା ବିଶ୍ୱାସ ନହେଲେ ମଧ୍ୟ ଏହା ସତ ଅଟେ ।
ଘଟଣାଟି ଦେଖିବାକୁ ମିଳୁଛି ଉତ୍ତର ପ୍ରଦେଶର ପ୍ରତାପଗଡରେ , 4 ଜଣ ପିଲାଙ୍କୁ ବଡ ମଣିଷ କରିବାରେ ବହୁତ କଷ୍ଟ କରିଥିବାର ତାଙ୍କ ବାପା ମା ଜଣାଇଛନ୍ତି । 4 ଜଣ ପିଲାଙ୍କର ସଫଳତା ପାଇବା ପରେ ବାପା ମା ବହୁତ ଗର୍ବ ଅନୁଭବ କରିଛନ୍ତି । ସେହି ଗର୍ବୀତ ବାପା ହେଉଛନ୍ତି ଅନୀଲ ମିଶ୍ର ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ତାଙ୍କ ପରିବାର ଅଟେ । ବାପା ଜଣେ ଅଫିସର ଏବଂ ମା ଜଣେ ଗୃହୀଣି ଅଟନ୍ତି , ତାଙ୍କ ବଡ ପୁଅ ଜୋଗେସ୍ ମିଶ୍ର ପ୍ରଥମେ 2013 ରେ ସିଭିଲ ସର୍ଭିସରେ ଚାକିରୀ ପାଇଥିଲେ ।
ଭାଇଙ୍କୁ ଅନୁସରଣ କରି ଭଉଣୀ ସୋମା ମିଶ୍ର 2016ରେ କର୍ଣ୍ଣାଟକରେ ଜଣେ IPS ଭାବରେ କାର୍ଯ୍ୟରତ ଅଛନ୍ତି । ସବୁଠାରୁ ସାନ ଭାଇ ଲୋକେସ ମିଶ୍ର ଏବେ ରାଞ୍ଚିରେ ଏସଡିଏମ ଭାବରେ କାର୍ଯ୍ୟରତ ଅଛନ୍ତି । ଲୋକେସଙ୍କର ପତ୍ନୀ ମଧ୍ୟ ଜଣେ IAS ଅଟନ୍ତି । ତାଙ୍କ ପରିବାର ଓ ଗାଁ ପାଇଁ ସେମାନେ ଗର୍ବିତ ହୋଇପାରିଛନ୍ତି । ଯଦି କୌଣସି ବ୍ୟକ୍ତିର ଇଚ୍ଛା , ପରିଶ୍ରମ ଓ ଆତ୍ମବିଶ୍ୱାସ ରହିଥାଏ ତାହା ପାଇଁ ସବୁ ସମ୍ଭବ ବୋଲି ଏହି 4 ଭାଇ ଭଉଣୀ ସମ୍ଭବ କରିଦେଖାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।