ଚାଲିଛି ଟିଟ୍ୱଣ୍ଟି ବିଶ୍ୱ କପର କଡ଼ା ମୁକାବିଲା, ଟିଟ୍ୱଣ୍ଟି ବିଶ୍ୱ କପ କୁ ହାତେଇବା ପାଇଁ ସୁପର ଟୁଏଲ କସରତ କରୁଛନ୍ତି | ଭାରତ ତାହାର ଜୋରଦାର ପ୍ରୟାସ ଜାରି ରଖିଛି, ପୂର୍ବରୁ ଦୁଇଟି ମ୍ୟାଚ ରେ ବିଜୟ ହାସଲ କରି ସାରି ଥିବା ବେଳେ ତୃତୀୟ ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି | ଭାରତ 20 ଅଭର ରେ 9 ଉଇକେଟ ହରାଇ 133 ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା 5 ଉଇକେଟ ହରାଇ ଏହି ମ୍ୟାଚ କୁ ନିଜ ଅଧୀନରେ ନେଇ ଯାଇଛି |
ଡେଭିଡ ମିଲର ଚଉକା ମାରି ମ୍ୟାଚ କୁ ନିଜ ହାତକୁ ନେଇ ଯାଇ ଥିଲେ, ତେବେ ଯଦି ଦେଖିବା ଭାରତର ଫିଲଡିଙ୍ଗ ଆଜି ଦୁର୍ବଳ ରହିଛି | କ୍ୟାଚ ଠାରୁ ଆରମ୍ଭ କରି ରନ ଆଉଟ କୁ ଭାରତ ହାତଛଡ଼ା କରି ଥିଲା, ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ଦକ୍ଷିଣ ଆଫ୍ରିକା ର ଖେଳାଳୀ ମାନେ ଲାଇଭ ପାଇ ଥିଲେ |
ପ୍ରଥମେ ଭାରତୀୟ ଖେଳାଳୀ ଦଳରୁ ଦମଦାର କ୍ରିକେଟ ବ୍ୟାଟ୍ସ ମ୍ୟାନ ବିରାଟ କୋହଲି ଅଡେନ ମର୍କଙ୍ଗ ଙ୍କ କ୍ୟାଚ ମିସ କରି ଦେଇ ଥିଲେ ଯେତେବେଳେ ସେ ସୁପର ଫର୍ମ ରେ ଥିଲେ | ଏହାପରେ ରୋହିତ ଶର୍ମା ମଧ୍ୟ ସେହି ମର୍କଙ୍କ ରନ ଆଉଟ ମିସ କରି ଦେଇ ଥିଲେ | ଯଦିଓ 52 ରେ ମର୍କଙ୍କ ଙ୍କୁ ପାଣ୍ଡିଆ ଆଉଟ କରି ଦେଇ ଥିଲେ, ହେଲେ ଏହାପରେ ଡେଭିଡ ମିଲର ଙ୍କର ଆକ୍ରମଣ କମି ନଥିଲା | ଡେଭିଡ ମିଲର ଔର ଷ୍ଟ୍ରେସ ହୋଇ ସାରି ଥିଲେ ଚଉକା ଛକା ମାରି ଚାଲି ଥିଲେ | ଶେଷ ପର୍ଯ୍ୟନ୍ତ ରହି ଡେଭିଡ ମିଲର ହିଁ ଏହି ମ୍ୟାଚ ଜିତାଇ ଥିଲେ, ତେବେ 45 ବଲରେ 55 ରନ କରି ଡେଭିଡ ମିଲର ହାତେଇ ଥିଲେ |
ଦକ୍ଷିଣ ଆଫ୍ରିକା 3ଟି ମ୍ୟାଚ ରୁ ଦୁଇଟି ଜିତି ଏବେ 5 ପଏଣ୍ଟ ରେ ଥିବା ବେଳେ ଭାରତ 3ଟି ମ୍ୟାଚରୁ 2ଟି ଜିତି 4 ପଏଣ୍ଟ ରେ ରହିଛି | ଦେଖିବା ଯଦି ଏହା ସେପଟେ ପାକିସ୍ତାନ ଉପରେ ଅଧିକ ଭାରି ପଡ଼ି ପାରେ, ଦକ୍ଷିଣ ଆଫ୍ରିକା ଜିତିବା ପରେ ପାକିସ୍ତାନ ଏହି ଟୁର୍ନାମେଣ୍ଟ ରେ ରହିବ କି କଟି ଯିବ ତାକୁ ନେଇ ଏବେ ଆଶଙ୍କା ରହିଛି | ଭାରତର ସ୍କୋର ବୋର୍ଡ ଆଜି ଯଦି ଦେଖିବା ତେବେ ଏହା ଏତେ ଖାସ ନଥିଲା | କେଲ ରାହୁଲ ପ୍ରଥମେ 14 ବଲରେ 9 ରନ କରି ଆଉଟ ହୋଇ ଯାଇ ଥିଲେ, ଏହାପରେ ରୋହିତ ଶର୍ମା ମଧ୍ୟ 14 ବଲରେ 15 ରନ କରିଥିଲେ ଏବଂ ବିରାଟ କୋହଲି 11 ବଲରେ 12 ରନ କରି ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।