ମଧ୍ୟପ୍ରଦେଶ ଵାଲାଘାଟ ଅଞ୍ଚଳର ଏକ ବିଦ୍ୟାଳୟ ଭିତରେ ଏକ ଦୃଶ୍ୟ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ଯାହା ସୂଚନା ମିଳିଛି କି ଏହି ବିଦ୍ୟାଳୟ କୁ କଲେକ୍ଟର ଅଚାନକ ଭାବେ ପରିଦର୍ଶନ ରେ ଆସି ଥିଲେ ଆଉ ଶ୍ରେଣୀ ଗୃହରେ ପଢୁ ଥିବା ପିଲା ମାନଙ୍କୁ ଏକ ସାଧାରଣ ଗଣିତ ର ସମାଧାନ କରିବା ପାଇଁ ଦେଇ ଥିଲେ |
ତେଣୁ ଜଣେ ଛାତ୍ର ଯାଇଁ ବ୍ଲାକବୋର୍ଡ ରେ ସେହି ପ୍ରଶ୍ନ ର ଉତ୍ତର କରିବା ପାଇଁ ଚେଷ୍ଟା କରି ଥିଲେ ବି କୌଣସି ପ୍ରକାର ରେ ସେହି ଉତ୍ତର କରି ପାରି ନଥିଲେ | ଯାହାକୁ ନେଇ ସେହି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜଣଙ୍କ କହି ଥିଲେ କି ଏହି ପିଲା ଟି ଗଣିତ ରେ ଟିକେ ଦୁର୍ବଳ ରହିଛି | ଏହି କଥା ଟି କହିବା ପରେ ଶିକ୍ଷୟତ୍ରୀ ଜଣଙ୍କ ନିଜେ ଫସି ଯାଇ ଥିଲେ କାହିଁକି ନା ଜିଲ୍ଲାପାଳ ସେହି ଶିକ୍ଷୟତ୍ରୀ ଙ୍କୁ କହିଲେ ଛାତ୍ର ଟି ସିନା ଗଣିତ ରେ ଦୁର୍ବଳ ଅଛି ହେଲେ ତୁମେ କେତେ ଶବଳ ଅଛ ତାହା ଏବେ ଦେଖିବା |
ତେଣୁ ସେହି ଗଣିତ ଟିକୁ ଶିକ୍ଷୟତ୍ରୀ ଜଣଙ୍କୁ ସମାଧାନ କରିବା ପାଇଁ କହି ଥିଲେ | ଆପଣ ନିଜେ ଦେଖନ୍ତୁ ଏଠାରେ 441 କୁ 4 ଦ୍ୱାରା ବ୍ୟବହାର କରି ଭାଗଫଳ ଓ ଭାଗଶେଷ ଏହି ଶିକ୍ଷୟତ୍ରୀ ଜଣଙ୍କ କେତେ ଲେଖୁଛନ୍ତି | ଆପଣ ଏହି ଭିଡ଼ିଓ ଟିକୁ ଦେଖିଲେ ନିଜେ ହିଁ ଜାଣି ପାରିବେ କି ଯେଉଁଠି ଶିକ୍ଷୟତ୍ରୀ ଜଣଙ୍କ ଗଣିତ ରେ ଦୁର୍ବଳ ସେଠି ପିଲା ମାନେ ବା କିପରି ସବଳ ଆଉ ହୋଇ ପାରିବେ ତେଣୁ ଯାହା ହେବା କଥା ସେଇୟା ହେଲା | କାରଣ ଯେତେ ବେଳେ ଶିକ୍ଷୟତ୍ରୀ ଜଣଙ୍କ ଏହି ଗଣିତ ଟିକୁ କରିବା ପାଇଁ ଯାଇ ଥିଲେ ସେତେ ବେଳେ ସେ ଏହି ଗଣିତ ଟିକୁ ଭୁଲ କରି ଦେଖାଇ ଥିଲେ |
ତେବେ ବର୍ତ୍ତମାନ ସମୟ ଏଭଳି ଘଟଣା ଅନେକ ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ | ଅନେକ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାଧାରଣ ପ୍ରଶ୍ନ ର ଉତ୍ତର ଦେଇ ପାରୁ ନାହାଁନ୍ତି ତଥାପି ବି ଏମାନେ ହେଉଛନ୍ତି ମାଷ୍ଟର ଆଉ ମାସ ଶେଷରେ ଦରମା ନେଇ ଯିବାରେ ଏମାନେ ସିଧ ହସ୍ତ | ତେଣୁ ଏହି ଦୃଶ୍ୟ ଟିକୁ ଦେଖି ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଟିକେ ସୁଧୁରି ଯାଆନ୍ତୁ କାହିଁକି ନା କେତେ ବେଳେ ଆପଣଙ୍କ ପାଳି ମଧ୍ୟ ପଡ଼ି ଯାଇ ପାରେ | ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ମତ ଦେଇଛନ୍ତି କି ଏଭଳି ଶିକ୍ଷକ ମାନଙ୍କ ପାଇଁ ଛୋଟ ଛୋଟ ଛୁଆ ମୂର୍ଖ ହୋଇ ଯାଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।