ଦେଖନ୍ତୁ Shocking Video : ଘରେ ଏକୁଟିଆ ଥିବା ସମୟରେ ଝିଅ ସହ କଲେ ଏମିତି… CCTV ରେ ହେଲା ରେକର୍ଡ…

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ।


ତେବେ ଠିକ୍ ସେହିପରି ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣମାନେ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ।ତେବେ ଦିନକୁ ଦିନ ରାଜଧାନୀ ଓ ଉପକଣ୍ଠ ରେ ଲୁଟେରା ମନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଉଛି, ଅମାନିଆ ମାନଙ୍କୁ ଧରିବା ପାଇଁ ରାଜଧାନୀର ସବୁ ଛକରେ ପୋଲିସ୍ କ୍ୟାମ୍ପ ପଡ଼ିଥିବା ବେଳେ ଲୁଟେରା ମାନେ କେମିତି ଖସି ଯାଉଛନ୍ତି ତାନେଇ ପ୍ରଶ୍ନ ଉଠିଲାଣି।

କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ରେ ନ ଥାଏ। ଦିନେ ନା ଦିନେ ଅପରାଧୀ ଧରା ପଡ଼ିଯାଏ। ସାନ୍ଧ୍ୟ ଭ୍ରମଣ ରେ ବାହାରିଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଫେରାର୍ ହେବାକୁ ବସିଥିବା ଦୁଇ କୁଖ୍ୟାତ ଲୁଟେରା ଦୁର୍ଘଟଣାଗ୍ରସ୍ତ ହୋଇ ଧରା ପଡ଼ି ଯାଇଛନ୍ତି।

ସେମାନଙ୍କୁ ଗୁରୁତର ଅବସ୍ଥା ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଛି। ସେମାନେ ହେଲେ, ଧଉଳି ଥାନା ନୂଆଗାଁ ଅଞ୍ଚଳର କାର୍ତ୍ତିକ ସେଠୀ ଓ ଶ୍ରୀନିବାସ ଭୋଇ। ପୋଲିସ୍‌ ସେମାନଙ୍କ ଠାରୁ ଏକ ଭୁଜାଲି ଜବତ କରିଥିବା ବେଳେ ମହିଳା ଙ୍କ ସୁନାଚେନ୍‌ ଉଦ୍ଧାର କରି ପାରିନାହିଁ।ରାନୁ ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବାଇକ୍‌ ଯୋଗେ ଲୁଟେରା ଦୁହିଁଙ୍କ ପିଛା କରିଥିଲେ। ‌ତେଣୁ ଲୁଟେରା ଦୁହେଁ ବାଇକ୍‌‌ର ବେଗ ବଢ଼ାଇ ଦେଇଥିଲେ। ଏକ ହମ୍ପସ୍‌ ଡେଉଁ ଡେଉଁ ସେମାନେ ଭାରସାମ୍ୟ ହରାଇଥିଲେ ଓ ବାଇକ୍‌ ସହ ପ୍ରାୟ ଫୁଟ୍ ଉପରକୁ ଛିଟିକି ପଡ଼ିଥିଲେ।

ଜଣେ ଦୁର୍ବୃତ୍ତ ଛିଟିକି ଯାଇ ନିକଟସ୍ଥ ବିଦ୍ୟୁତ୍ ଖମ୍ବରେ ପିଟି ହୋଇ ଯାଇଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ଲୁଟେରା ଦୁହେଁ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସେମାନ ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠାଇ ଥିଲା। ସୂଚନାଯୋଗ୍ୟ ଯେ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ କିଛି ଦିନ ହେଲା ଏକ ଲୁଟେରାଯୋଡ଼ି ଘନଘନ ଛିନ୍‌ତାଇ କରି ଆତଙ୍କ ଖେଳାଇ ଚାଲିଛନ୍ତି। ହୁଏତ ସେମାନେ ଏହି ଯୋଡ଼ି ହୋଇଥିବେ ବୋଲି ସନ୍ଦେହ କରି ଦୁଇ ଥାନା ପୁଲିସ ଲୁଟେରା ଦୁହିଁଙ୍କ ବାବଦ ରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

Leave a Comment