ଦେଖନ୍ତୁ EXCLUSIVE :ଭିଡିଓ- ମୁଁ ବାହା ହେଲା ପରେ ସିନ୍ଧାନ୍ତ ଙ୍କ ଘରେ ମୁଁ ଘରର ଫାଇନାନ୍ସ ଓ ହୋମ ମିନିଷ୍ଟର

ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାମା ମିଶ୍ର ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ ପରେ ଏହି ଫିଲ୍ମ ଲାଇନ ପୁରା ଛାଡ଼ି ଦେଇଛନ୍ତି | ବର୍ତ୍ତମାନ ସମୟରେ ସେ ଏକ ସାକ୍ଷାତକାର ରେ ନଜର ଆସିଛନ୍ତି ତେବେ ଏହି ସାକ୍ଷାତକାର ରେ ମାମା ଙ୍କୁ ପଚରା ହୋଇ ଥିଲା କି କାମ ଛାଡିବା ପରେ ଆପଣ ଙ୍କର ନିଜର ଇନକମ ବନ୍ଦ ହୋଇ ଯାଇଛି ଆଉ ଆପଣ ନିଜ ଖର୍ଚ୍ଚ ପାଇଁ ସ୍ୱାମୀ ଠାରୁ ପଇସା ମାଗନ୍ତି ସେଥିପାଇଁ ଆପଣ ଙ୍କୁ କେବେ ଖରାପ ଲାଗି ନାହିଁ |

ଆଉ ଏହାର ଉତ୍ତର ଦେବାକୁ ଯାଇ ମାମା ମିଶ୍ର କହିଛନ୍ତି କି, ଏଠି ଘରର ଫାଇନାନ୍ସ ମିନିଷ୍ଟର ଆଉ ହୋମ ମିନିଷ୍ଟର ସବୁ ମୁଁ, ସିଦ୍ଧାନ୍ତ ଯାହା ବି ଇନକମ କରନ୍ତି ସେ ସବୁକୁ ଆଣିକି ମତେ ହିଁ ଦିଅନ୍ତି ଆଉ ତାଙ୍କର ଯେତେ ବେଳେ ଯେଉଁଟା ବି ଦରକାର ଥାଏ ସେ ମୋ ଠାରୁ ମାଗିକି ନିଅନ୍ତି |

ଆଉ ଯେତେ ବେଳେ ସିଦ୍ଧାନ୍ତ ଲେଟ ନାଇଟ ରେ ସୁଟିଂ ସାରି କେବେ ବି ଘରକୁ ଫେରନ୍ତି ମୁଁ ତାଙ୍କ ଉପରେ କେବେ ବି ରାଗେ ନାହିଁ କାରଣ ମୁଁ ବି ସେଇ ଲାଇନ ରେ ଥିଲି ଆଉ ସେ କାମ ତାହା ବୋଲି ମୁଁ ଜାଣିଛି | ଆମ ଫିଲ୍ମ ଲାଇନ ରେ କେତେ ବେଳେ ଟାଇମ ର ଠିକ ନଥାଏ ସକାଳ 6 ଟା ରେ ଯିବ କେତେ ବେଳେ ସୁଟିଂ ସରିବ ସେଟା କହି ହେବ ନାହିଁ |

 କେତେ ବେଳେ ବର୍ଷା ହେଲାଣି କେତେ ବେଳେ କଣ ସମସ୍ୟା ହେଲାଣି ତ ସେହି ସରିବାର ସମୟ ଟା କେତେ ବେଳେ ଠିକ ନଥାଏ ତେଣୁ ମୋ ଏଇଟା ହେଉଛି ଗୋଟିଏ କାରଣ ଯେଉଁଥି ପାଇଁ ମୁଁ ଫିଲ୍ମ ଲାଇନ ରେ କାମ କଲି ନାହିଁ | ଆଉ ବିବାହ ପରେ ମତେ କେହି ବି ବାଧ୍ୟ କରି ନାହାଁନ୍ତି କି ଫିଲ୍ମ ଲାଇନ ଛାଡ଼ି ଦେବା ପାଇଁ କି କୌଣସି ପରିସ୍ଥିତି ବି ବାଧ୍ୟ କରିନି ମୁଁ ମୋ ନିଜ ଇଚ୍ଛାରେ ହିଁ ଘରେ ଗୃହିଣୀ ହେଇକି ରହିଲି କାରଣ ମୁଁ ଭାବିଲି ମୋର ଘରେ ରହିବା ଟା ହିଁ ବେଶୀ ଦରକାର |

ମୁଁ ବାହାରେ କାମ କରୁ ଥିବି ମୋର କିନ୍ତୁ ଘରେ ମନ ରହିବ କି ମୋ ଝିଅ ଖାଇଲା ନା ନାହିଁ ମୋ ଶାଶୁ ମେଡ଼ିସିନ ଖାଇଲେ କି ନାହିଁ ମୋ ସ୍ୱାମୀ ଠିକ ଅଛନ୍ତି କି ନାହିଁ ତେଣୁ କରି ମୁଁ ଭାବିଲି ଏଇଟା ଘରେ ରହି ମୁଁ ଦାୟିତ୍ୱ ଠିକ ଭାବରେ ନେଇ ପାରିବି | ଅନେକ ଜଣେ ଅଛନ୍ତି କୁହନ୍ତି ଗୃହିଣୀ ମାନେ ଘରେ ଅଛନ୍ତି କିଛି କାମ କରୁ ନାହାଁନ୍ତି ଏଠି ମୁଁ କହିବି କି ଯଦି ଆମ ଘରେ ରହୁଥିବା ସଦସ୍ୟ ସ୍ୱାମୀ ହେଉ ଶାଶୁ ହେଉ କି ନିଜ ଛୁଆ ହେଉ ସେହି ମାନେ ଯଦି ରେସପେକ୍ଟ ଦେବା ଆରମ୍ଭ କରିବେ ତେବେ

 

ଏହି କଥା ବାହାରେ ମଧ୍ୟ ଆଉ କେହି କହିବେ ନାହିଁ ଆଉ ବାହାରେ କିଏ କହିଲେ ବି କିଛି ଯାଏ ଆସେ ନାହିଁ | କିଏ କହିଲେ ସେହି ଛୁଆ ହିଁ ସେଠି କହିବା ଉଚିତ କି ତମ ମା କିଛି କରୁଛନ୍ତି ବୋଲି ତମେ ସ୍କୁଲ ଯାଇ ପାରୁଛ ଆଉ ତମ ପାପା ବାହାରେ ଯାଇକି କାମ କରି ପାରୁଛନ୍ତି ଏଭଳି କିଛି ମାମା ମିଶ୍ର କହି ଥିଲେ |

Leave a Comment