ସଧବା ନାରୀ ମାନେ କେଉଁ କେଉଁ ଜାଗାରେ ସିନ୍ଦୂର ଲଗାଇବା ଉଚିତ୍, ଆପଣ ଯେତେବେଳେ ସିନ୍ଦୂର ଧାରଣ କରୁଛନ୍ତି, କେଉଁ ମନ୍ତ୍ର ଉଚ୍ଚାରଣ କରି ସିନ୍ଦୂର ଲଗାଇବେ, କେଉଁ ଜାଗାରେ ଆପଣ ସିନ୍ଦୂର କାହା ଉଦ୍ଦେଶ୍ୟରେ ଲଗାଇବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ। ହିନ୍ଦୁ ଧର୍ମ ରେ ସିନ୍ଦୂର ର ମହତ୍ତ୍ୱ ବହୁତ ଊର୍ଦ୍ଧ୍ବ ରେ ରହିଛି। ବିବାହିତ ମହିଳା ମାନେ ସିନ୍ଦୂର ଲଗାଇବା କଥା ଶାସ୍ତ୍ର ରେ ପ୍ରମାଣିତ ଅଟେ। ତାହା ସହିତ ବୈଜ୍ଞାନିକ କାରଣ ମଧ୍ୟ ଅଛି। ବିନା ସିନ୍ଦୂର ରେ ବିବାହିତ ମହିଳା ଅଧୁରା ଅଟନ୍ତି। ବିବାହିତ ମହିଳା ମାନେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଭାଗ୍ୟ ଉଦୟ ହୋଇଥାଏ। ଏହା ମଧ୍ୟ ଶାସ୍ତ୍ରରେ ପ୍ରମାଣିତ ଅଛି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିନ୍ଦୂର ହେଉଛି ମଙ୍ଗଳର ପ୍ରତୀକ। ମଙ୍ଗଳ ଗ୍ରହର ପ୍ରତୀକ ହେଉଛି ସିନ୍ଦୂର। ମହିଳାମାନେ ଯେତେବେଳେ ସିନ୍ଦୂର ଧାରଣ କରୁଛନ୍ତି ତାହେଲେ ମଙ୍ଗଳଙ୍କର ଯେଉଁ ଖରାପ ପ୍ରଭାବ ପରିବାର ଉପରେ ହେଉ କିମ୍ବା ସ୍ୱାମୀ ଙ୍କ ଉପରେ ହେଉ ତାହା ଖଣ୍ଡନ ହୋଇଥାଏ। ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ ଚେଷ୍ଟା କରନ୍ତୁ ପ୍ରତ୍ୟେକ ଶୁକ୍ରବାର ଆପଣଙ୍କ ସ୍ୱାମୀ ମାନଙ୍କର ହାତରୁ ସିନ୍ଦୂର ଧାରଣ କରିବା ପାଇଁ। ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ବହୁତ ଉତ୍କୃଷ୍ଟ ରହିବ।ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏହା ସହିତ ପତି ପତ୍ନୀ ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଦୁହିଁଙ୍କ ଉପରେ ରହିବ। ତେବେ ଜାଣିବା ପ୍ରତ୍ୟେକ ସଧବା ନାରୀ କେଉଁ ଜାଗାରେ ସିନ୍ଦୂର ଲଗାଇବା ଉଚିତ୍। ସଧବା ନାରୀ ମାନେ ୪ଟି ଜାଗାରେ ସିନ୍ଦୂର ଲଗାଇବାର ଶାସ୍ତ୍ର ପ୍ରମାଣ ରହିଛି। ସିନ୍ଥିରେ ଲଲାଟରେ , ଗଳାରେ, ହସ୍ତର ମଧ୍ୟ ଭାଗ ବା ମଣିବନ୍ଧ ରେ ଏହି ୪ଟି ସ୍ଥାନରେ ସିନ୍ଦୂର ଲଗାଇବା ସଧବା ସ୍ତ୍ରୀମାନେ ନିହାତି ଦରକାର।
ଯେତେବେଳେ ଜଣେ ସଧବା ନାରୀ ସିନ୍ଥିରେ ସିନ୍ଦୁର ଧାରଣ କରୁଛି ତାହା ମା ଲକ୍ଷ୍ମୀ ଙ୍କର ଉଦ୍ଦେଶ୍ୟରେ ସିନ୍ଦୂର ଧାରଣ କରନ୍ତି। ଏହା ଦ୍ଵାରା ସ୍ୱାମୀଙ୍କର ଦୀର୍ଘାୟୁ ହୋଇଥାଏ। ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ ମା ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟରେ ସଧବା ସ୍ତ୍ରୀମାନେ ତାଙ୍କ ସିନ୍ଥିରେ ସିନ୍ଦୂର ଧାରଣ କରିବା ଉଚିତ୍। ଯେତେବେଳେ ପରମପୂଜ୍ୟ ମା ଓ ଭଉଣୀମାନେ ତାଙ୍କ କଣ୍ଠ ପ୍ରଦେଶରେ ସିନ୍ଦୂର ଧାରଣ କରନ୍ତି ତାହା ମାତା ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଧାରଣ କରିଥାନ୍ତି ଏବଂ ଏହା ସନ୍ତାନର ମାନଙ୍କର ଦୀର୍ଘାୟୁ କାମନା କରି ଗଳାରେ ସେମାନେ ସିନ୍ଦୂର ଧାରଣ କରନ୍ତି। ଯେତେବେଳେ ଲଲାଟରେ ସିନ୍ଦୂର ଧାରଣ କରିଥାନ୍ତି ତାହା ମା ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ଧାରଣ କରିଥାନ୍ତି। ଏହା ଶାଶୁ ଶଶ୍ୱୁର ଙ୍କ ଦୀର୍ଘାୟୁ କାମନା କରି ସିନ୍ଦୂର ଧାରଣ କରିଥାନ୍ତି। ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ ମଣିବନ୍ଧ ରେ ସିନ୍ଦୂର ଧାରଣ କରିଥାନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ନାରୀ ମାନଙ୍କୁ ସତୀ ପ୍ରଦାନ କରିଥାନ୍ତି।ସେଥିପାଇଁ ମାତା ପାର୍ବତୀଙ୍କ ଉଦ୍ଦେଶ୍ୟରେ ମଣିବନ୍ଧ ରେ ସିନ୍ଦୂର ଲଗାଇବା ଉଚିତ୍।