Singer Manasi Patra ଙ୍କ ସୁନ୍ଦର ଗୀତ Live – ” ମୁଁ ବି ନମିତା ଅଗ୍ରୱାଲ ହେବି ” ଶୋ ରେ କଲେ କମାଲ…ନମିତା MAM ଠିଆ ହୋଇ ତାଳି ମାରିଲେ – 1st time ଏମିତି ହେଲା –

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି |


ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ତେବେ ସେହିଭଳି ଏକ ରିୟାଲିଟି ସୋ ମୁଁ ବି ନମିତା ଅଗ୍ରୱାଲ ହେବି ଯାହାକି ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଛି |

 

ଏହି ରିୟାଲିଟି ସୋ ରେ ଅନେକ ଛୋଟ ଛୋଟ ପିଲା ଭାଗ ନେବା ସହିତ ଅନେକ ସେକିବ୍ରେଟି ମଧ୍ୟ ଅତିଥି ହୋଇ ଆସି ଥାଆନ୍ତି | ବର୍ତ୍ତମାନ ସମୟରେ ଏହି ରିୟାଲିଟି ସୋ ରେ କଣ୍ଠଶିଳ୍ପୀ ମାନସୀ ପାତ୍ର ଅତିଥି ହୋଇ ଆସିଛନ୍ତି ଆଉ ଦଶହରା ରେ ମା ଦୁର୍ଗା ଙ୍କୁ ନେଇ ଏକ ସୁନ୍ଦର ଗୀତ ପରିବେଷଣ କରିଛନ୍ତି ଯାହାକୁ ଯିଏ ବି ଶୁଣିବ ସେ ମୁଗ୍ଧ ହୋଇ ଯିବ |


ମାନସୀ ପାତ୍ର ଙ୍କୁ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଗାୟିକା ଙ୍କ ମଧ୍ୟରୁ ଜଣେ ଅନ୍ୟତମ | ସେ ଗାଇ ଥିବା ଗୀତ ଟି ହେଉଛି ଆଜି ବାଜୁଛି ଶଙ୍ଖ ମହୁରୀ ଦେଖ ଆସୁଛି ମା ଗୌରୀ | ଏହି ଗୀତ ଟି ମାନସୀ ପାତ୍ର ଗାଇବା ପରେ ସେଠାକାର ମାହଲ ପୁରା ବଦଳି ଯାଇ ଥିଲା ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଛୋଟ ପିଲା ଙ୍କ ମଧ୍ୟରେ ମାନସୀ ପାତ୍ର ଏହି ଗୀତ ଟିକୁ ଗାଇ ବେସ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି | ଯାହାକି ଏବେକା ସମୟରେ ଖୁବ ଭାଇରାଲ ହୋଇଛି ଆଉ ଯିଏ ବି ଶୁଣୁଛି ସେ କେବଳ ପ୍ରଶଂସା କରୁଛି |

Leave a Comment