ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ତାହା ହେଉଛି କଳିଯୁଗ , ଯେବେ ଅଧର୍ମ ବଢିଯିବ ସେବେ ଏହି ଯୁଗର ଅନ୍ତ ଘଟିବ । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଆଗରୁ ଆରମ୍ଭ ହୋଇ ସାରିଛି । ଏହି ଯୁଗରେ ନାନା ପ୍ରକାର କୁକର୍ମ ବଢିବ , ଚୋରୀ , ଡକାୟତି , ଲୋଭ , ମୋହ କାମକ୍ରୋଧ ଆଦି ମନୁଷ୍ୟକୁ ଅନ୍ତ କରିଦେବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ , ଏହି ଯୁଗ ଅନ୍ତହେବା ସମୟରେ ଏଭଳି ପରିସ୍ଥିତି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ । ତେବେ ଆସନ୍ତୁ ଜାଣିବା କଳିଯୁଗ ଶେଷରେ କଣ ଘଟିବ ।
ଏହି ସମୟରେ ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରିବେ ନାହିଁ , ବହୁତ ଛୋଟ ଛୋଟ କାରଣରୁ ବି ଜଣେ ଆଉ ଜଣକୁ ହତ୍ୟା କରିବ । ଶାସ୍ତ୍ର ଅନୁସାରେ ଯେବେ କଳିଯୁଗର ଅନ୍ତ ହେବ , ସେହି ସମୟ ବେଳକୁ ଶୋଷଣ , ଜୁଆ , ମଦ , ବ୍ୟଭିଚାର ଆଦି ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ । କଳିଯୁଗର ଅନ୍ତରେ ସବୁଲୋକ ରୋଗଗ୍ରସ୍ତ ଏବଂ ଅସ୍ୱାସ୍ଥ୍ୟ ହେବେ , ଭୋଜନ , ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରୁ କମିଯିବ । ନଦୀ ସୁଖିଯିବ , ଆକାଶ ପ୍ରଦୂଷଣରେ କଳା ଦେଖାଯିବାକୁ ଲାଗିବ , ଦରିଦ୍ରତା ସବୁଆଡେ ଦେଖାଯିବ । ସବୁ ଲୋକ ସବିବେଳେ ଧନ ପଛରେ ଗୋଡେଇବେ ।
ତେବେ ଦୀର୍ଘ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ ସବୁ ଦିବ୍ୟ କଥାକୁ ଲେଖି ଯାଇଛନ୍ତି, ତାହାକୁ କିଏ ମାନୁ ବା ନମାନୁ ତାହା ସତ ହେବାକୁ ଯାଉଛି। ତେବେ ସେହି ସବୁ ଭବିଷ୍ୟବାଣୀ ଯାହା ମହାପୁରୁଷ ମାନେ କଲମ କରି ଯାଇଛନ୍ତି ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ।ତେବେ ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ।
ତେବେ ମାଳିକା ଭକ୍ତ ବାବା ମହାରାଜ ମାଳିକାର ଭବିଷ୍ୟବାଣୀ କରି କହିଛନ୍ତି ଯେ 2023 ରେ ଆଉ ଦୁଇଟି ମୁଣ୍ଡଯିବ । ଗୋଟିଏ ମୁଣ୍ଡ ଯାଇ ସାରିଛି ଏବଂ2023 ରେ ଆଉ ଦୁଇଟି ମୁଣ୍ଡଯିବ ଅପେକ୍ଷା କରନ୍ତୁ । ଏହାଛଡ଼ା ଧନ,ଜନ,ଜୀବନ ହାନୀ, ରାଜନୀତି ଉପରେ କଳହ ବିଦ୍ରୋହ ଏବଂ ଆସ୍ଥାନ ଥରହର ଏହି ସବୁ ଜିନିଷ 2023 ମସିହାରେ ଘଟିବାକୁ ଯାଉଛି । ଯୁଦ୍ଧର ଆଶଙ୍କା, ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ସନ୍ଥ ସମାଜର ଆଶ୍ରୟ ନେବା ନିତାନ୍ତ ଆବଶ୍ୟକ ବୋଲି ବାବା ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।