ଆମେ ଟିଭି ମାଧ୍ୟମ ରେ ଅନେକ ରିୟାଲିଟି ସୋ ଦେଖି ଥାଉ ଯାହାକି ପିଲା ମାନଙ୍କ ପାଇଁ ହୋଇ ଥାଏ, କିଏ ନାଚ ପାଇଁ ଭାଗ ନେଇ ଥାଏ ତ ପୁଣି ଆଉ କିଏ ଗୀତ ପାଇଁ ଭାଗ ନେଇ ଥାଏ | ଏଥିରେ କୋଣ ଅନୁକୋଣ ରୁ ଅନେକ ପିଲା ଆସି ଭାଗ ନେଇ ତାଙ୍କର ପ୍ରତିଭା ଦେଖାଇ ଥାଆନ୍ତି ଏବଂ ଲୋକ ଲୋଚନ ସାମ୍ନା କୁ ଆଣି ଖୁବ ପ୍ରଶଂସା ର ପାତ୍ର ହୋଇ ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ଘରର ଗୃହିଣୀ ଙ୍କ ପାଇଁ ମଧ୍ୟ ଏକ ରିୟାଲିଟି ସୋ ରହିଛି | ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ସମ୍ପୂର୍ଣ୍ଣ ଲକ୍ଷ୍ମୀ ତ ଆପଣ ନିହାତି ଭାବରେ ଦେଖି ଥିବେ |
ତେବେ ପୁଣି ଥରେ ଏକ ସୁନ୍ଦର ପ୍ରତିଭା ଅର୍ଥାତ ଜଣେ ଗୃହିଣୀ ଆସି ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ମଞ୍ଚରେ ପହଞ୍ଚି ଥିଲେ | ତେବେ ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ଙ୍କର ନାଁ ହେଉଛି ବର୍ଣ୍ଣାଳି ସାହୁ, ତେବେ ସେ ପ୍ରଥମେ ମଞ୍ଚ ଉପରକୁ ଆସି ଏକ କବିତା ଶୁଣାଇ ଥିଲେ | ଏହି କବିତା ଟି ହେଉଛି ଆସିଲା ରେ ଆସିଲା ସମ୍ପୂର୍ଣ୍ଣ ଲକ୍ଷ୍ମୀ ଆସିଲା ସବୁରି ମନରେ ସେ ଆଶା ଆଉ ଉଲ୍ଲାସ ଆଣିଲା, ଆଉ ସାଙ୍ଗରେ ଆଣିଲା ପୁପିନ୍ଦର ସାର, ଶ୍ଵେତା ମ୍ୟାମ ଆଉ ଜୀନା ମ୍ୟାମ ଙ୍କୁ ବି ମଧ୍ୟ ଆଣିଲା ସେମାନେ ବାଛିବେ ଦେଇ ତାଙ୍କ ମନ ହେଲେ ଜାଣି ଥାଅ ସମ୍ପୂର୍ଣ୍ଣ ଲକ୍ଷ୍ମୀ ହେବା ନୁହେଁ ଏତେ ସାଧାରଣ |
ତେବେ ଜଜ ମାନେ ମଧ୍ୟ ତାଙ୍କର ଏହି ଲିଖିତ କବିତା ରେ ଖୁବ ପ୍ରଶଂସା କରି ଥିଲେ | ତେବେ ସେ କହିଛନ୍ତି କି ମୋ ସ୍ୱାମୀ ଆର୍ମି ଚାକିରୀ କରନ୍ତି ଆଉ ଏବେ ଭୋର 4 ଟା ରେ ପହଞ୍ଚିକି ମତେ ଏହି ମଞ୍ଚ କୁ ସାଙ୍ଗରେ ନେଇକି ଆସିଛନ୍ତି ତାହା ପୁଣି ସେ 7 ମାସ ପରେ ଆସିଛନ୍ତି ବୋଲି କହିଛନ୍ତି |
ତେବେ ଏହାପରେ ସେ ମଞ୍ଚରେ ସୁନ୍ଦର ଭାବରେ ହୁଳହୁଳି ପକାଇ ଥିଲେ କାରଣ ହୁଳହୁଳି ଆମର ଶୁଭ ଧ୍ଵନି ଆଉ ଏହି ହୁଳହୁଳି ବିନା ଆମର ପୂଜା ହୋଇ ନଥାଏ | ତେବେ ଏହାପରେ ବର୍ଣ୍ଣାଳି ଙ୍କ ସ୍ୱାମୀ ଙ୍କ ମଧ୍ୟ ଜଜ ମାନେ ମଞ୍ଚକୁ ଡାକି ଥିଲେ ଯାହାକି ତାଙ୍କର ଏକ ଅଢେଇ ବର୍ଷର ଶିଶୁ କନ୍ୟା ଟି ମଧ୍ୟ ଅଛି | ଏହା ପରେ ସେ ଏକ ଭଜନ ଗୀତ ତୋର ମୟୂରୀ ଚୁଳିଆ ଜଟ ତୋର ୠମୁକୁ ଝୁମୁକୁ ନାଟ ଗୀତରେ ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରି ଦେଖାଇ ଥିଲେ | ଏହାପରେ ଜଜ ଖୁସି ହୋଇ ଅନେକ ପ୍ରଶଂସା କରିବା ସହିତ ତାଙ୍କ ସ୍ୱାମୀ ଙ୍କ ହାତରେ ବର୍ଣ୍ଣାଳି ସାହୁ ଙ୍କୁ ସମ୍ପୂର୍ଣ୍ଣ ଲକ୍ଷ୍ମୀ ରାଉଣ୍ଡ ରେ ସିଲେକ୍ଟ ହେବାର କାର୍ଡ ଦେଇ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।