ସବୁଆଡେ ସମ୍ପତ୍ତି କୁ ନେଇ ବିଭିନ୍ନ ସ୍ଥାନରେ ଅତ୍ୟାଚାର ଦେଖା ଦେଇଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ମଧ୍ୟ ହୋଇଛି।ଏହି ସମୟରେ ଏକ ସୂଚନା ସାମ୍ନାକୁ ଆସିଛି ଯେ ପୈତୃକ ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ନେଇଛନ୍ତିଏକ ବଡ ନିଷ୍ପତ୍ତି, ଏଣିକି ବାପା ମାଆଙ୍କୁ ଅଣଦେଖା କରିଲେ ମିଳିବ ନାହିଁ ସମ୍ପତ୍ତି ର ଭାଗ ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।
ବର୍ତ୍ତମାନ ସମୟରେ ଅନେକ ଯୁବ ପିଢ଼ି ମାନେ ବିଭିନ୍ନ ସମୟରେ ମାନସିକ ଚାପ ଦେବା ସହିତ ଅତ୍ୟାଚାର କରିଥିବାର ଦେଖିବାକୁ ମିଳି ଥାଏ। ଏହାକୁ ଜାଣିବା ପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯାହା ସସମସ୍ତଙ୍କ ପାଇଁ ସମାନ। ସମସ୍ତେ ଅଧିକାଂଶ ସମୟରେ ଚାହିଁ ଥାଆନ୍ତି ବାପା ଓ ମା ଙ୍କ ସମ୍ପତ୍ତିରେ ନିଜର ଭାଗ। ଏହିପରି ଘଟଣା ଦିନକୁ ଦିନ ଏବେ ବାପା-ମାଆଙ୍କ ଉପରେ ପିଲାମାନେ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଦାୟିତ୍ୱ ଠିକ ଭାବରେ ନେବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି ବୋଲି ମାମଲା ଅଧିକରୁ ଅଧିକ ସାମ୍ନାକୁ ଆସିବା ପରେ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ପୈତୃକ ସମ୍ପତ୍ତି ପାଇଁ ବିଭିନ୍ନ ସମୟରେ ପରିବାର ଭିତରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଦୃଶ୍ୟ ସାମ୍ନାକୁ ଆସୁଛି। ଆଉ ନିଜ ନିଜ ଭିତରେ ମତାନ୍ତର ମଧ୍ୟ ହୋଇଥାଏ। ଏହି ଘଟଣା ଜାଣିବା ପରେ କୋର୍ଟ କହିଛନ୍ତି ଯେ ଯଦି ସନ୍ତାନ ମାନେ ନିଜର ବାପା ଓ ମା ଙ୍କର ଯତ୍ନ ଠିକ ଭାବରେ ନେବେ ନାହିଁ ତେବେ ସେହି ସମ୍ପତ୍ତି ରେ ସନ୍ତାନ ମାନଙ୍କର ଭାଗ ରହିବନାହିଁ।
ହାଇକୋର୍ଟ ର ବିଚାରପତି ଜଷ୍ଟିସ୍ ସଞ୍ଜୟ କିଶନ୍ ଏବଂ ଏମ୍ଏମ୍ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏମିତି ରାୟ ଶୁଣାଇଛନ୍ତି ଯାହା ସମସ୍ତଙ୍କ ସମାନ ।ତେବେ ହାଇକୋର୍ଟ ର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, କୌଣସି ଝିଅ ନିଜ ବାପା ଓ ମା ଙ୍କ ସହ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ରଖିବ ନାହିଁ ତେବେ ସେମାନେ ବାପା-ମାଆଙ୍କ ସମ୍ପତ୍ତି କିମ୍ବା କୌଣସି ଜାଗାବାଡ଼ି ନେଇପାରିବେ ନାହିଁ।
ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ। ବର୍ତମାନ ସମୟରେ ଝିଅଙ୍କୁ ୨୦ ବର୍ଷ ହେବାପରେ ସେମାନେ ନିଜ ଇଚ୍ଛାରେ ସବୁକାମ କରି ଥାଆନ୍ତି ଏବଂ ନିଜର ଜୀବନ ସାଥି କୁ ମଧ୍ୟ ନିଜେ ଚୟନ କରୁଛନ୍ତି। ଆଉ ସେମାନେ ଯଦି ନିଜ ଇଚ୍ଚାରେ କାମ କରିବାକୁ ଚାହୁଁଛନ୍ତି ଆଉ ବାପା-ମାଆଙ୍କୁ ପଚାରୁନାହାନ୍ତି ତେବେ ସମ୍ପତ୍ତି ରେ ପିତା ମାତାଙ୍କ ଠାରୁ ଆଶା କରିବା ଠିକ୍ ନୁହେଁ। ଏଠାରେ କୁହାଯାଇଛି ଯେ ଯଦି ସମ୍ପର୍କ ନ ଥାଏ ତେବେ ସମ୍ପତ୍ତି ମିଳିବ ନାହିଁ। ଏଥି ସହିତ ଦେଖା ଦେଇଥାଏ ବେଳେ ବେଳେ ଝିଅ ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ରଖି ନଥାଏ ତେବେ ସ୍ଥାନରେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।