ସୂର୍ଯ୍ୟ ପରାଗ 2023 – ସୂର୍ଯ୍ୟପରାଗରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ |

ଏପ୍ରିଲ ମାସ 20 ତାରିଖ ଅର୍ଥାତ ରୁକ୍ମଣୀ ଅମାବାସ୍ୟା ଗୁରୁବାର ଦିନ ବର୍ଷ 2023 ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଅଛି ଯାହାକି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ସମୟକୁ ଅଶୁଭ ସମୟ କୁହାଯାଇ ଥାଏ | କାରଣ ଏଥିରୁ ବାହାରୁ ଥିବା ରଶ୍ମି ସିଧାସଳଖ ପୃଥିବୀ ପୃଷ୍ଠ କୁ ପଡ଼ି ପାରି ନଥାଏ ଯାହା ଫଳରେ ଏହି ସମୟରେ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇ ଉଠନ୍ତି ତେଣୁ ଏହି ସମୟରେ କେତେକ କାମ କରିବା ପାଇଁ ବାରଣ କରାଯାଇ ଥାଏ | ତେବେ ଆଜି ଆମେ ଜାଣିବା ଯେ ସୂର୍ଯ୍ୟପରାଗ ର ସମୟ ସୀମା, ଗ୍ରାସ ସମୟ ଏବଂ ହାଣ୍ଡିଛାଡ଼ ର ସଠିକ ସମୟ ସମ୍ପର୍କ ରେ ଆଲୋଚନା କରିବା | ତେବେ ଏହି ପରାଗ ଲାଗିବାର ସମୟ ହେଉଛି ସକାଳ 7ଟା ବାଜି 4ମିନିଟ ରେ ଆରମ୍ଭ ହେବ ଏବଂ ଦିନ 12ଟା ବାଜି 29ମିନିଟ ରେ ସମାପ୍ତି ହେବ | ଏହି ପରାଗ ମହାକାଶରେ ପ୍ରାୟ 5ଘଣ୍ଟା 25 ମିନିଟ ପର୍ଯ୍ୟନ୍ତ ଲାଗି ରହିବ ଏବଂ ଏହି ସୂର୍ଯ୍ୟ ପରାଗ ଭାରତ ସମେତ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ କିନ୍ତୁ ଏହାର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ପଡ଼ିବ |

1. ଭାଗ୍ୟଶାଳୀ ରାଶି ମାନେ ହେଉଛନ୍ତି, ବୃଷ ରାଶି, ମିଥୁନ ରାଶି,, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି | ଏହା ସହିତ ମେଷ ରାଶି, କନ୍ୟା ରାଶି, ସିଂହ ରାଶି ଏବଂ ମକର ରାଶି ଉପରେ ଅଶୁଭ ପ୍ରଭାବ ପଡିବା ପାଇଁ ଯାଉଛି |2. ଏହି ପରାଗ ସମୟରେ ଗର୍ଭବତୀ ମହିଳା ସାବଧାନ ରହିବା ଆବଶ୍ୟକ, ଏହି ସୂର୍ଯ୍ୟ ପରାଗ ଗର୍ଭବତୀ ମହିଳା ମାନଙ୍କ ପାଇଁ ଶୁଭ ହୋଇନଥାଏ ତେଣୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ଉଚିତ ନୁହଁ, ଏହା ଅଶୁଭ ହେବା କାରଣରୁ ଆପଣ ଶିଶୁ ଉପରେ ଖରାପ ପ୍ରଭାବ ପକାଇ ଥାଏ |3. ଏହି ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ କି ଖାଦ୍ୟ ଗ୍ରହଣ ମଧ୍ୟ କରନ୍ତୁ ନାହିଁ, ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ଆପଣ ଯଦି ଏହି ସମୟରେ ଖାଦ୍ୟ ଖାଇଥାନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇ ଥାଏ |

4. ଏହି ସମୟରେ ଦେବୀ ଦେବା ଙ୍କର ପୂଜା ଅର୍ଚନା କରନ୍ତୁ ନାହିଁ ଏମିତି କରିବା ଦ୍ୱାରା ଗୃହ ରେ ଦରିଦ୍ରତା ଲାଗି ରହେ | ଏହି ସମୟରେ ଠାକୁର ଘର ଆପଣ ବନ୍ଦ କରି ରଖନ୍ତୁ ଯେପରି ସୂର୍ଯ୍ୟ କିରଣ ଠାକୁର ଘରେ ନପଡେ | ଏହା ସହିତ ଆପଣ ଏହି ସମୟରେ କୌଣସି ବୃକ୍ଷକୁ ମଧ୍ୟ ଛୁଇଁବା ଉଚିତ ନୁହଁ ଏବଂ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ମଧ୍ୟ କରନ୍ତୁ ନାହିଁ |

5. ଏହି ସମୟରେ ସ୍ୱାମୀ ସ୍ତ୍ରୀ ଶରୀରିକ ସମ୍ପର୍କ ରଖିବା ଉଚିତ ନୁହଁ ଆପଣ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ଉଭୟ ଭିତରେ ଫାଟ ସୃଷ୍ଟି ହୋଇପାରେ କାରଣ ଏହି ସମୟରେ ନକାରାତ୍ମକ ଶକ୍ତିର ଉର୍ଜା ଅଧିକ ମାତ୍ରାରେ ଥାଏ |6. ପରାଗ ପରେ ଆପଣ ନିଜେ ସ୍ନାନ କରି ଆପଣଙ୍କୁ ପିନ୍ଧି ଥିବା ଲୁଗା ଧୋଇଦେବା ସହିତ ଆପଣ ଘରକୁ ଆପଣ ଗଙ୍ଗା ପାଣି ଛୀଚନ୍ନ କରି ନିଜ ଘରକୁ ପବିତ୍ର କରି ନିଅନ୍ତୁ | ପରେ ଆପଣ କିଛି ରନ୍ଧା ଯାଇଥିବା ଖାଦ୍ୟ ଗରିବ କିମ୍ବା ଦୁଃଖୀ ମାନଙ୍କୁ ଦାନ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ |

Leave a Comment