ଓଡ଼ିଆ ଫିଲ୍ମ କମେଡିଆନ୍ ( suman )ସୁମନ ମହାରଣା ସ୍ତ୍ରୀ ଓ ପରିବାରର ଏମିତି କିଛି ଫୋଟ,ଜୀବନରେ କେବେ ଦେଖି ନଥିବେ…

ତେବେ ଆପଣ ତ ଜାଣିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ କାରଣ ଏହା ଆମର ମନରଞ୍ଜନ କରାଇ ଥାଏ | ଏଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି ଯାହାଙ୍କର କିଛି ଭିଡ଼ିଓ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ଆମେ ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରିଥାଉ |

 

ତେବେ ଫିଲ୍ମ ରେ କମେଡି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରି ଥାଏ କାରଣ ଯେଉଁ ଚଳଚ୍ଚିତ୍ର ରେ କିଛି ମଜାଦାର ଦୃଶ୍ୟ ନଥାଏ ତାହା ସର୍ବଦା ଅଧୁରା ହିଁ ଲାଗି ଥାଏ | ତେଣୁ କରି କମେଡିଆନ ଙ୍କ ଭୂମିକା ଆଗରେ ରହି ଥାଏ ଯାହାକୁ ଦର୍ଶକ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଭାବେ ଆଜି ଏକ କମେଡିଆନ ଙ୍କ କ୍ୟାରିୟର ସମ୍ପର୍କ ରେ ଆଲୋଚନା କରିବା |


ଆପଣ ମାନେ କମେଡିଆନ ସୁମନ ମହାରଣା ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ତାଙ୍କ ଚମତ୍କାର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମୁହଁରେ ହସ ଫୁଟାଇ ଦେଇ ଥାଆନ୍ତି | ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ |

 

ସେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ | ସୁମନ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ |

ତେବେ ସୁମନ ଙ୍କର ଉଚ୍ଚତା ହେଉଛି ମାତ୍ର 3 ଫୁଟ 4 ଇଞ୍ଚ ତେଣୁ କରି ସେ ଅଧିକାଂଶ ଫିଲ୍ମ ରେ ବାମନ ଭୂମିକା ରେ ହିଁ ଅଭିନୟ କରି ଥାଆନ୍ତି | ସୁମନ ମହାରଣା ଏକ ଗରିବ ପରିବାର ରେ ହିଁ ଜନ୍ମ ଗ୍ରହଣ କରିଛନ୍ତି ଏବଂ ସେ ଭୁବନେଶ୍ୱର ସ୍ଥିତ ଏକ ବସ୍ତିରେ ବଡ଼ ହୋଇଛନ୍ତି | ସୁମନ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି |

ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପକ ଭାବରେ କାର୍ଯ୍ୟ କରିଛନ୍ତି | ଏହାପରେ ୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ସୁମନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ “ତେଜସ୍ୱିନୀ” ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment