ଚଳିତ ବର୍ଷ ଏପ୍ରିଲ ମାସ 20 ତାରିଖ ଅର୍ଥାତ ରୁକ୍ମଣୀ ଅମାବାସ୍ୟା ଗୁରୁବାର ଦିନ ବର୍ଷ 2023 ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଅଛି ଯାହାକି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ସମୟକୁ ଅଶୁଭ ସମୟ କୁହାଯାଇ ଥାଏ | କାରଣ ଏଥିରୁ ବାହାରୁ ଥିବା ରଶ୍ମି ସିଧାସଳଖ ପୃଥିବୀ ପୃଷ୍ଠ କୁ ପଡ଼ି ପାରି ନଥାଏ ଯାହା ଫଳରେ ଏହି ସମୟରେ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇ ଉଠନ୍ତି ତେଣୁ ଏହି ସମୟରେ କେତେକ କାମ କରିବା ପାଇଁ ବାରଣ କରାଯାଇ ଥାଏ | ତେବେ ଆଜି ଆମେ ଜାଣିବା ଯେ ସୂର୍ଯ୍ୟପରାଗ ର ସମୟ ସୀମା, ଗ୍ରାସ ସମୟ ଏବଂ ହାଣ୍ଡିଛାଡ଼ ର ସଠିକ ସମୟ ସମ୍ପର୍କ ରେ ଆଲୋଚନା କରିବା |
ତେବେ ଏହି ସୂର୍ଯ୍ୟ ପରାଗ ରୁକ୍ମଣୀ ଅମାବାସ୍ୟା ରେ ଲାଗିବା ପାଇଁ ଯାଉଅଛି, ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକନିଷେଧ ବା ହାଣ୍ଡିଛାଡ଼ କରାଯାଇ ଥାଏ ଏହି ସମୟକୁ ଆମେ ସୂତକ ସମୟ ବୋଲି ମଧ୍ୟ କହିଥାଉ |
ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି କାରଣ ଏହି ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ | ତେବେ ଏହି ପରାଗ ଲାଗିବାର ସମୟ ହେଉଛି ସକାଳ 7ଟା ବାଜି 4ମିନିଟ ରେ ଆରମ୍ଭ ହେବ ଏବଂ ଦିନ 12ଟା ବାଜି 29ମିନିଟ ରେ ସମାପ୍ତି ହେବ | ଏହି ପରାଗ ମହାକାଶରେ ପ୍ରାୟ 5ଘଣ୍ଟା 25 ମିନିଟ ପର୍ଯ୍ୟନ୍ତ ଲାଗି ରହିବ ଏବଂ ଏହି ସୂର୍ଯ୍ୟ ପରାଗ ଭାରତ ସମେତ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ କିନ୍ତୁ ଏହାର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ପଡ଼ିବ |
ଏହି ପରାଗ ସମୟରେ ଗର୍ଭବତୀ ମହିଳା ସାବଧାନ ରହିବା ଆବଶ୍ୟକ, ଏହି ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ କି ଖାଦ୍ୟ ଗ୍ରହଣ ମଧ୍ୟ କରନ୍ତୁ ନାହିଁ, ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ମଧ୍ୟ କରନ୍ତୁ ନାହିଁ | ଏହି ସମୟରେ ଦେବୀ ଦେବା ଙ୍କର ପୂଜା ଅର୍ଚନା କରନ୍ତୁ ନାହିଁ ଏମିତି କରିବା ଦ୍ୱାରା ଗୃହ ରେ ଦରିଦ୍ରତା ଲାଗି ରହିଥାଏ ଆଉ ପରାଗ ଶେଷ ହେବା ପରେ ସ୍ନାନ କରିବା ନିହାତି ଜରୁରୀ ଅଟେ | ଏହି ସୂର୍ଯ୍ୟ ପରାଗ ହେତୁ ଗ୍ରହ ଓ ନକ୍ଷତ୍ର ଙ୍କର ସ୍ଥାନରେ ପରିବର୍ତ୍ତନ ହୋଇଥାଏ ଯାହାକି ଏହା ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ | ଭାଗ୍ୟଶାଳୀ ରାଶି ମାନେ ହେଉଛନ୍ତି, ବୃଷ ରାଶି, ମିଥୁନ ରାଶି,, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି | ଏହା ସହିତ ମେଷ ରାଶି, କନ୍ୟା ରାଶି, ସିଂହ ରାଶି ଏବଂ ମକର ରାଶି ଉପରେ ଅଶୁଭ ପ୍ରଭାବ ପଡିବା ପାଇଁ ଯାଉଛି |