Exclusive :- ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗୁ ମାଗୁ କାନ୍ଦି ପକେଇଲେ ସୁମନ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ viral ଭିଡ଼ିଓ ଟିକୁ….

ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ କଥା ସମ୍ନାକୁ ଆସୁଚି। ଯାହାକୁ ଆପଣ ପିଣ୍ଟୁ ଭାବରେ ଜାଣନ୍ତି। ଯିଏକି ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦେଖାଇ ଥିଲେ ସେ ଆଜି ଲିଭର ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଓଡ଼ିଆ ଅଭିନୟର ଜଣା ଶୁଣା ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ। ଯାହାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଅସୁବିଧାରେ ଥିବା ସୂଚନା ଆସୁଚି।ସେ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି।ତାଙ୍କର ଅବସ୍ଥା ଅଧିକ ଖରାପ ହୋଇ ଯାଇଚି ଆଉ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ମଧ୍ୟ ଆବଶ୍ୟକ। ବର୍ତ୍ତମାନ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲି ଥିବା ବେଳେ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଶୁଣିବାକୁ ମିଳୁଚି। ଚିକିତ୍ସକ ମାନେ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି।

ସେହି ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ବିଗିଡି ଯାଉଚି।ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ।ଯାହା ତାଙ୍କର ସାମର୍ଥ୍ୟ ବାହାରେ ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ ଆରମ୍ଭ ହୋଇ ସାରିଲାଣି। ସେ ଦିଲ୍ଲୀ ଯାଇ ଚିକିତ୍ସିତ ହେବେ ତାଙ୍କର ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା କରିବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଉ ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଉ ଅଛନ୍ତି ଅନେକ ସହୃଦୟ ବ୍ୟକ୍ତି। ତେବେ ପିଣ୍ଟୁ ନନ୍ଦଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଆ ସିନେମା ର ଅଭିନେତା ସୁମନ୍। ସେ ପିଣ୍ଟୁ ଙ୍କୁ କହିଥିଲେ ତାଙ୍କ ନିଜ ଭାଇ ଭଳି ତାଙ୍କର ଅସୁସ୍ଥ ଦେହ ର ଖବର ଶୁଣି ସେ ବହୁତ କାନ୍ଦି ଥିଲା ।

ସୁମନ କହିଥିଲେ ପିଣ୍ଟୁ ଜଣେ ଭଲ ମଣିଷ ଓ ନିଜ ଭାଇ ପରି କାହିଁକି ନା ତାଙ୍କ ବାପା ଙ୍କ ମୃତ ପରେ ସୁମନ ଖୁବ୍ ଭାଙ୍ଗି ପଡି ଥିଲେ ।ସେତେବେଳେ କେବଳ ତାଙ୍କର ସହିତ ପିଣ୍ଟୁ ଭାଇ ହିଁ ଥିଲେ ଓ ତାଙ୍କୁ ସମ୍ଭାଳି ଥିଲେ ।ଆଉ ତାଙ୍କ ପରେ ପିଣ୍ଟୁ ନନ୍ଦଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଆ ସିନେ ଆସୋସିଏସନ । ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାକୁ ନେଇ ଓଡ଼ିଶା ସିନେ ଆସୋସିଏସନ୍ ର ବୈଠକ। ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।ବୈଠକରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ କିଭଳି ସମସ୍ତେ ସହାୟତାର ହାତ ବଢାଇବେ ସେନେଇ ଚାଲିଛି ଆଲୋଚନା।

ତେବେ ପିଣ୍ଟୁ ନନ୍ଦ ଜଣେ କଳାକାର ନୁହନ୍ତି ସେ ଆମ ଭାଇ ପରି ତେଣୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସାରେ ଆମେ କେମିତି ସହାୟତା କରି ପାରିବୁ ସେଥିପାଇଁ ଆମେ ସମସ୍ତେ ଏକାଠି ହେଇଛୁ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।ଆଉ ଏଥିପାଇଁ ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ତାଙ୍କର ଆବଶ୍ୟକ ରହିଛି । ତେଣୁ ତାଙ୍କ ପରିବାର ଓ କଳାକାର ମାନେ ମିଶି ଏନେଇ ସହାୟତା ପାଇଁ ଅଣ୍ଟା ଭିଡିଥିବା ବେଳେ ପିଣ୍ଟୁ ଙ୍କ ସହାୟତା ପାଇଁ ସିନେ କଳାକାର ପକ୍ଷ ରୁ ଏଭଳି ବୈଠକ କରାଯାଇଛି ।

Leave a Comment