ବର୍ତ୍ତମାନ ଓଡ଼ିଶାର ଶାସକ ଦଳ ଉପରକୁ ମାଡି ଆସିଛି ବହୁତ ବଡ଼ ଦୁଖଃ , ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉ ନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ , ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ ସ୍ୱାସ୍ ମନ୍ତ୍ରୀ ନବ ଦାସ।ତେବେ ଆଜି ASI ଗୋପାଳ କୃଷ୍ଣ ଙ୍କ ଗୁଳି ମାଡ଼ ରେ ଆହତ ହୋଇ ପଡୁଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଭୁବନେଶ୍ୱର ର ଆପୋଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ବର୍ତ୍ତମାନ ତାଙ୍କୁ ମୃତ୍ୟୁ ହୋଇଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ମୃତ୍ୟୁ କୁ ନେଇ ବର୍ତ୍ତମାନ ଚାଲିଆଡ଼େ ସୃଷ୍ଟି ହେଉଛି ଶୋକାକୁଳ ପରିସ୍ଥିତି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ମୃତ୍ୟୁ କୁ ନେଇ ବର୍ତ୍ତମାନ ଏକ ଶକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ କି କାହିଁକି ASI ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପର କୁ ଗୁଳି କଲେ କିମ୍ବା କାହିଁକି ସେ ତାଙ୍କୁ ହତ୍ୟା କଲେ ଏନେଇ କୌଣସି ସୂଚନା ନାହିଁ। ତେବେ ନବୀନଙ୍କ କ୍ୟାବିନେଟ ରେ ସବୁଠୁ ବଡ଼ ଧନୀ ମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ନବ ଦାସଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା ହେବ। ଭାରତ ବେଞ୍ଚ ଟାଟା ମୋଟର୍ସ, ମହେନ୍ଦ୍ରା ବ୍ରାଣ୍ଡର ନାମୀଦାମୀ ତାଙ୍କ ପାଖରେ ୭୦ ଟି ଗାଡ଼ି ଅଛି। କୋଭିଡ଼୍ ସମୟରେ ସେ ୧୮ଟି ଗାଡ଼ି କିଣିଛନ୍ତି। ଖାଲି ଏତିକି ନୁହେଁ, ନବ ଦାସଙ୍କ ପାଖରେ ୩ଟି ବନ୍ଧୁକ ମଧ୍ୟ ଅଛି। ସେହି ତିନୋଟି ବନ୍ଧୁକର ମୂଲ୍ୟ ୩ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ହେବ। ସେହି ମଧ୍ୟରୁ ଗୋଟିଏ ରାଇଫଲ ର ମୂଲ୍ୟ ୧ ଲକ୍ଷ ୨୫ ହଜାର ଟଙ୍କା ହେବ।