କାଲି ଅନୁଭବ ମହାନ୍ତି ଆଉ ଆଜି ହେଉଛନ୍ତି ବର୍ଷା ଦୁଇ ଜଣ ହିଁ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରି ଥିବାର ସୋସିଆଲ ମିଡ଼ିଆ ରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି | ଆପଣ ତ ବେସ ଭଲ ଭାବରେ ଜାଣି ଥିବେ କି କାଲି ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନି ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା କରି ଥିଲେ | କାଲି ବର୍ଷା ପ୍ରିୟଦର୍ଶନି ପିଣ୍ଟୁ ନନ୍ଦ ଙ୍କୁ ନିଜେ ଯାଇ ଦେଖା କରି ସହାୟତା ର ହାତ ବଢ଼ାଇଛନ୍ତି ଆଉ ଏକଥା ଆମେ କହୁନୁ ଯାହାର ଚିତ୍ର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଆପଣ ମାନେ ତ ଦେଖି ଥିବେ କାଲି ଅନୁଭବ ମହାନ୍ତି ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରି ଥିବାର ଭିଡ଼ିଓ ସାମ୍ନାକୁ ଆସି ଥିଲା | ତେବେ ପିଣ୍ଟୁ ନନ୍ଦ ଯକୃତ ସିରସିଆ ରେ ଆକ୍ରାନ୍ତ ଅଛନ୍ତି ଏବଂ ତାଙ୍କୁ ବର୍ଷା ପ୍ରିୟଦର୍ଶନି ଭେଟି କିଛି ଅର୍ଥ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛି |
କାରଣ ପିଣ୍ଟୁ ନନ୍ଦ ଙ୍କୁ ଏବେ ସବୁ ଆଡେ କେବଳ ସାହାଯ୍ୟ ର ସୁଅ ଛୁଟିଛି ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକେ ଏବେ ଆଗେଇ ଆସୁଛନ୍ତି ଆଉ ପିଣ୍ଟୁ ନନ୍ଦ ଙ୍କର ଖବର ପାଇ ବର୍ଷା ପ୍ରିୟଦର୍ଶନି ମଧ୍ୟ ରହି ପାରି ନଥିଲେ ଆଉ ସେ ମଧ୍ୟ ତାଙ୍କ ପାଖକୁ ଯାଇ ସାହାଯ୍ୟ ର ହାତ ବଢ଼ାଇଛନ୍ତି | କାହିଁକି ନା ବର୍ଷା ପ୍ରିୟଦର୍ଶନି ଆଉ ପିଣ୍ଟୁ ନନ୍ଦ ଅନେକ ଫିଲ୍ମ ରେ ଏକାଠି ହୋଇ କାମ କରିଛନ୍ତି, ସେ ସବୁଥିରେ ପିଣ୍ଟୁ ନନ୍ଦ ଙ୍କର ନେଗେଟିଭ ରୋଲ ରେ ବର୍ଷା ପ୍ରିୟଦର୍ଶନି ହିରୋଇନ ଭାବରେ ଦେଖିବା ପାଇଁ ମିଳନ୍ତି |
ସେଥିପାଇଁ ତ ବଡ଼ ଭାଇ ଙ୍କର ସାହାଯ୍ୟ କରିବା ପାଇଁ ଏବେ ବର୍ଷା ପ୍ରିୟଦର୍ଶନି ଆଗେଇ ଆସିଛନ୍ତି | ତେବେ ଏହି ସାହାଯ୍ୟ ପରେ ଏବେ ବର୍ଷା ପ୍ରିୟଦର୍ଶନି ଙ୍କୁ ସୋସିଆଲ ମିଡ଼ିଆ ପ୍ରଶଂସା ର ସୁଅ ଛୁଟିଛି କାରଣ ସେ ପିଣ୍ଟୁ ନନ୍ଦ ଙ୍କ ଭଳି ଏକ ସୁନ୍ଦର କଳାକାର ଙ୍କୁ ସାହାଯ୍ୟ କରିଛନ୍ତି | ଫିଲ୍ମ ଇଣ୍ଡଷ୍ଟ୍ରି ରେ କେହି ଆସି ନଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶନି ଆଗେ ସାହାଯ୍ୟ ପାଇଁ ଆସିଛନ୍ତି | ତେବେ ଆପଣ ମଧ୍ୟ ପିଣ୍ଟୁ ନନ୍ଦ କୁ କିଛି ସାହାଯ୍ୟ କଲେ ସେ ପୁଣି ଥରେ ସୁସ୍ଥ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଫେରି ଆସିବେ ଆଉ ଦର୍ଶକ ମାନଙ୍କର ଯେମିତି ମନରଞ୍ଜନ କରାଉ ଥିଲେ ଠିକ ସେମିତି ପୁଣି ଥରେ ଆମକୁ ହସାଇବେ | ତେବେ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା କି ଅଭିନେତା ପିଣ୍ଟୁ ନନ୍ଦ ଖୁବ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ |