Vastu Tips – ଧନ ବୃଦ୍ଧି କରୁଥିବା ( ଫୁଲ ) 5ଟି ରାମବାଣ ଉପାୟ

ତେବେ ଏଭଳି କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ଘରେ କେବଳ ଉନ୍ନତି ହୋଇ ଥାଏ ଏବଂ ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇ ଥାଏ | ଆଜି ଏଭଳି କିଛି ଫୁଲ ବିଷୟ ରେ କହିବୁ ଯାହା ଘରର ଉନ୍ନତି ନେଇ ଆସିଥାଏ | ଏହି ଫୁଲ ଭଗବାନ ଶିବ ଙ୍କ ଉପରେ ଚଢା ହୋଇ ଥାଏ ଏବଂ ଏହି ଫୁଲ ର ନାଁ ମା ଦୁର୍ଗା ଙ୍କ ନାମ ସହିତ ମିଶିଥାଏ | ତେବେ ଏହି ଫୁଲ ଟିର ନାମ ହେଉଛି ଅପରାଜିତା ଫୁଲ, ଅନେକ ଶକ୍ତି ଯାହାର ଅର୍ଥାତ ଯିଏ କେବେ ହାରେ ନାହିଁ ସେ ହେଉଛି ଅପରାଜିତା ଫୁଲ ଏବଂ ଏହାର ରଙ୍ଗ ହେଉଛି ନୀଳ | ତେବେ ଏହି ଫୁଲ ର ଆଜି 5ଟି ଗୁଣ ସମ୍ପର୍କ ରେ ଜାଣିବା ଯାହା ଆମ ଧନ ଜନିତ ସମସ୍ୟା ମଧ୍ୟ ଦୂର କରି ଦେବ |

1:- ଘର ଓ ବ୍ୟବସାୟ ର ଉନ୍ନତି ପାଇଁକି ଆମେ ଧଳା ରଙ୍ଗର ପୋଷାକ ପିନ୍ଧିକି ଅପରାଜିତା ଫୁଲ ନେଇକି ଭଗବାନ ଶିବ ଙ୍କ ପାଖରେ ଲଗାଇବା |ତାହା ବ୍ୟତୀତ ଆମେ ଅପରାଜିତା ଗଛର ମୂଳରେ ଧୂପ ଦୀପ ଦେଇକି ପୂଜା କରିସାରିଲା ପରେ ସେହି ଗଛର ଚେର କୁ ନେଇକି ଏକ ନୀଳ କନାରେ ଘୋଡେଇ ଦୋକାନ ରେ ରଖିଲେ ଉନ୍ନତି ହୁଏ |

2:- ଘରର ମଙ୍ଗଳ ପାଇଁ ଏହି ଅପରାଜିତା ଫୁଲ କୁ ଗୁପ୍ତ ଭାବରେ ଯେମିତି କେହି ନ ଜାଣିପାରେ | ଘର ର ମଙ୍ଗଳ ପାଇଁ ଶନିବାର ଦିନ ରାତିରେ ଏହି ଫୁଲ କୁ ଘରର ମୁଖ୍ୟ ଦୁଆରରେ ଏହି ଫୁଲର ମାଳ କରି ଟାଙ୍ଗୀ ଦିୟନ୍ତୁ | ଦେଖିବେ ଘରର ଉନ୍ନତି ହେବା ସଙ୍ଗେ ସଙ୍ଗେ ଘରକୁ କୌଣସି ଦୁଷ୍ଟ ଶକ୍ତି ପ୍ରବେଶ କରିପାରିବ ନାହିଁ |

3:- ତେବେ ଶନିବାର ଦିନ ଅପରାଜିତା ଫୁଲ କୁ ନେଇ ଏକ ହନୁମାନ ମନ୍ଦିର କୁ ଯିବେ ଆଉ ସେଠାରେ ପୂଜା କରି ସାରିବା ପରେ ସେହି ପୂଜା କରିଥିବା ଅପରାଜିତା ଫୁଲ କୁ ନେଇ ନିଜ ପର୍ସ ରେ ରଖନ୍ତୁ | ଦେଖିବେ ଆପଣଙ୍କ ର ଧନ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇ ଯିବ |

 

4:- ତେବେ ଏହାପରେ ପାଞ୍ଚୋଟି ଅପରାଜିତା ଫୁଲ ନିଅନ୍ତୁ ଆଉ ତାହାକୁ ସୋମବାର ଓ ଶନିବାର ଦିନ ଆମ ଇଷ୍ଟ ଦେବତା ଙ୍କ ନାମ ଆରାଧନା କରି ନିଜର ମନସ୍କାମନା କହି ପାଣିକୁ ଭସାଇ ଦେବା | କିନ୍ତୁ ଏହା ଆପଣ ମନେ ରଖିବେ କି ଏହି କାର୍ଯ୍ୟ କରୁ ଥିବା ସମୟରେ ଯେମିତି କେହି ନ ଦେଖନ୍ତି, ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ ଏବଂ ନିଜର ମନସ୍କାମନା ମଧ୍ୟ ପୂରଣ ହୋଇ ଯିବ |


5:- ଏହା ସହିତ ଆପଣ ମାନେ ଯଦି ମନ ପସନ୍ଦ ର ଚାକିରୀ ଟିଏ ପାଇବା ପାଇଁ ଚାହୁଥାନ୍ତି ତାହେଲେ ଆପଣ ମାନେ 11 ଟି ଅପରାଜିତା ଫୁଲ କୁ ନିଅନ୍ତୁ, ତାହାକୁ ଆପଣ ମାନେ ଦୁର୍ଗା ମା ଙ୍କ ପାଖରେ ବା ପାର୍ବତୀ ଙ୍କ ପାଖରେ ପ୍ରତେକ ଦିନ ଲଗାନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କ ର ମନାସ୍କାମନା ପୂର୍ଣ୍ଣ ହୋଇ ଯିବ | ଏହା ଛଡ଼ା ଆପଣ ନହେଲେ ନବରାତ୍ରି ର 9 ଦିନ ମଧ୍ୟ ଏମିତି କରି ପାରିବେ ତାହେଲେ ଯାଇକି ଆପଣ ଶୁଭଫଳ ପ୍ରାପ୍ତି କରି ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment