ଆପଣ ମାନେ ଜାଣିଥିବେ କି ଆମେ ମାନେ ଆମ ନିଜର ଅର୍ଥାତ ଗୃହରେ ଶାନ୍ତି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଉ , ଆଉ ଜ୍ୟାତିଶ ଉପରେ ମଧ୍ୟ ଅନେକ ସମୟରେ ବିଶ୍ୱାସ କରିଥାଉ, ତେବେ ଏପରି କିଛି କାର୍ଯ୍ୟ ମଧ୍ୟ ଆମେ କରିଥାଉ ଯାହା ଦ୍ୱାରା ଆମ ଘର ଉପରେ ଓ ସମସ୍ତଙ୍କ ଉପରେ ଭଲ ପ୍ରଭାବ ପକାଇବା ସହିତ ଧନ ଓ ସମୃଦ୍ଧି ମଧ୍ୟ ବଜାଇ ରହିଥାଏ |ତେବେ ଆସନ୍ତୁ ଯଦି ଆପଣଙ୍କ ଘରେ ଶାନ୍ତି ରହୁନି କି ସବୁବେଳେ କୋଳହ ଲାଗି ରହୁଛି ତାହେଲେ ମୁଁ ଆପଣଙ୍କୁ ଗୋଟିଏ କାର୍ଯ୍ୟ କରିବା ପାଇଁ କହିଁବି, ଯାହା ଯୋଗୁଁ ଆପଣଙ୍କର ବହୁତ ଉନ୍ନତି ହେବ |
ଆମେ ଜାଣିଛୁ କି ସେ ଘର ହେଉ ବା ବାହାରେ ଆଜିର ସମାଜରେ କମ୍ପିଟିସନ ର ମାତ୍ରା ଅଧିକ ଚାଲିଛି | ତେଣୁ ସେହି କାହାରି ଭଲ ଆଉ ଉପକାର ନ କରି ସମସ୍ତେ ଅନ୍ୟର ଉନ୍ନତି ଦେଖିଲେ ସେମାନଙ୍କୁ କିଭଳି ତଳକୁ ପକେଇବା ସେ ବିଷୟରେ ଅଧିକ ଗୁରୁତ୍ୱ ଦେଇଥାନ୍ତି | ତେବେ ତାହା ଆପଣଙ୍କ ର ଘର ଶତ୍ରୁ ହେଉ ବା ଆପଣଙ୍କ ବ୍ୟାପାର ବାଣିଜ୍ୟ ରେ ବା ଚାକିରୀ କ୍ଷେତ୍ର ରେ ହେଇଥାଉ | ତେବେ ଆପଣଙ୍କର ଯଦି ସେମିତି କେହି ଶତ୍ରୁ ଅଛନ୍ତି ତାହେଲେ ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଗୋଟିଏ ସହଜ ଉପାୟ ଟେ ଆପଣାଇ ଆପଣ ମାନେ ନିଜର ଶତ୍ରୁ ଙ୍କ ପାଖରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବେ |
ଶତ୍ରୁ ଙ୍କ ପାଖରୁ ଦୁରେଇ ରହିବାର ଉପାୟ ଟି କୁ କେମିତି କରିବେ :-
ତେବେ ଶତ୍ରୁ ଯଦି ଆପଣଙ୍କ ଜୀବନରେ ଲାଗି ରହିଥାଏ ଓ ଯାହା ଯୋଗୁ ଆପଣଙ୍କ ଜୀବନରେ ଦୁଃଖ ଉପରେ ଦୁଃଖ ଲାଗି ରହିଥାଏ, ତାହେଲେ ଆପଣ ମାନେ ପ୍ରଥମେ ଘର ବାହାରକୁ ଯିବେ ଓ ମାଟି ପାତ୍ର ରେ ଏକ ଛୋଟିଆ ଗାତ ଟେ ଖୋଳିବେ | ତେବେ ଖୋଳି ଥିବା ସେହି ଗାତ ରେ ଆପଣ ମାନେ ଲଙ୍କା କୁ ପକେଇବେ |
ତେବେ ତାହା କଞ୍ଚା ଲଙ୍କା ନୁହଁ ଶୁଖିଲା ଲଙ୍କା କୁ ନେବେ ଆଉ ଯାହା ନାଲି ରଙ୍ଗର ହୋଇଥିବ, ଆଉ ଯେଉଁଥିରେ ବଂକ୍ଷୀ ଛିଡା ଯାଇ ନ ଥିବ | ତେବେ ସେହି ଲଙ୍କା କୁ ମାଟି ଭିତରେ ପକାଇଦେବେ ଆଉ ସେହି ସମୟରେ ନିଜର ଶତ୍ରୁ ମାନଙ୍କର ନାଁ କୁ ବାରମ୍ବାର ନେବେ | ଆଉ ଶେଷରେ ମାଟି ସାହାଯ୍ୟରେ ସେହି ଗାତ ଟିକୁ ଭର୍ତ୍ତି କରିଦେବେ |
ତେବେ ଏହି କାମଟିକୁ ଆପଣ ମାନେ ରାତିରେ କରିବେ ନିଜ ଘର ପାଖରେ, ଆଉ ଏହି କାମ ଟି କରୁଥିବା ସମୟରେ ଯେମିତି କେହି ଦେଖି ନ ଥିବେ | ତେବେ ଏହି ଭଳି ଉପାୟ ଟି ଯଦି ଆପଣ ମାନେ ଆପଣାଇବେ ତାହେଲେ ଶତ୍ରୁ ଆପଣଙ୍କ ର ନିଜର ହୋଇଯିବ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।