Vastu Tips – ପାରା ଘରେ ବାସ କଲେ ଶୁଭ ନା ଅଶୁଭ

ବର୍ତ୍ତମାନର ଲୋକମାନେ ଅତ୍ୟାଧୁନିକ ଯୁଗରେ ବାସବାସ କରୁଥିଲେ ମଧ୍ୟ ପୁରାଣ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଘରର ପ୍ରତ୍ୟେକ ଜିନିଷ ଗୁଡିକ ସେମାନଙ୍କ ପାଇଁ ଶୁଭ ନା ଅଶୁଭ ହୋଇଥାଏ , ତାହା ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି । ମଣିଷ ଜୀବନରେ ଶୁଭ ବା ଅଶୁଭ କିମ୍ୱା ଭଲ ମନ୍ଦ ଆଦି ସେମାନଙ୍କ କର୍ମ ଉପରେ ହିଁ ନିର୍ଭର କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ପାରା ବସା ବାନ୍ଧିବା ଶୁଭ ନା ଅଶୁଭ ହୋଇଥାଏ ।

ଅନ୍ୟ ଗୃହପାଳିତ ପଶୁ ମାନଙ୍କ ଅପେକ୍ଷା ପାରା ଗୁଡିକ ବହୁତ ଶାନ୍ତ ପ୍ରବୃତିର ହୋଇଥାନ୍ତି ଏବଂ ଗଛ ଗୁଡିକରେ ନିଜର ବସା ବାନ୍ଧିଥାନ୍ତି । କିନ୍ତୁ ପାରା ଗୁଡିକ ଘରେ ବସା ବାନ୍ଧିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହାଛଡା ସେମାନେ ଅନ୍ୟ ମାନଙ୍କର କେବେହେଲେ କ୍ଷତି ମଧ୍ୟ କରନ୍ତି ନାହିଁ , ସେଥିପାଇଁ ଲୋକମାନେ ଏମାନଙ୍କୁ ଘରେ ରଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ଲୋକମାନଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଆସିଥାଏ ଯେ ଘରେ ପାରା ବସା ବାନ୍ଧିବା ଶୁଭ ନା ଅଶୁଭ ହୋଇଥାଏ ।


ମାତ୍ର ଆଉ କେତେକ ଲୋକମାନେ ମନରେ ଭାବିନେଇଥାନ୍ତି କି ଘରେ ପାରା ବସା ବାନ୍ଧିବା ଅଶୁଭ ମନେ କରିଥାନ୍ତି । ଆଉ କେତେ ଜଣ ଏହା ଘର ପାଇଁ ବିପଦ ମାଡିୁଆସୁଥିବାର ସଙ୍କେତ ମନେ କରିଥାନ୍ତି । ଶାସ୍ତ୍ର ପୁରାଣ ରେ ଘରେ ପାରା ବସା ବାନ୍ଧିବାର ସମ୍ପୂର୍ଣ୍ଣ ଅର୍ଥ ପରିପ୍ରକାସ କରାଯାଇଛି , ତେବେ ଆସନ୍ତୁ ଜାଣିବା ଘରେ ପାରା ବସା ବାନ୍ଧିବା ଶୁଭ ନା ଅଶୁଭ ହୋଇଥାଏ। ତେବେ ଜାଣି ରଖନ୍ତୁ ପୁରାଣ ଶାସ୍ତ୍ର ବା ବାସ୍ତୁ ଶାସ୍ତ୍ର ଅନୁସାରେ , ଯଦି କୌଣସି ଘରେ ପରା ବସା ବାନ୍ଧିଥାଏ , ତେବେ ଏହା ଘର ପାଇଁ ବହୁତ ଶୁଭ ଦାୟକ ହୋଇଥାଏ ।

ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧିଛି , ତେବେ ଆପଣଙ୍କ ଘରେ ସୁଖ , ଶାନ୍ତି ଓ ଧନ ଲାଭର ସୂଚନା ମିଳିଥାଏ । ଏହା ସହିତ ଆପଣଙ୍କ ଜୀବନରେ ଉନ୍ନତି ଦେଖାଯିବ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ , ଘରେ କେବହେଲେ ଧନର ଅଭାବ ମଧ୍ୟ ଦେଖାଯିବ ନାହିଁ । ପରିବାରରେ ସୁଖ , ଶାନ୍ତି ର ବାତାବରଣ ଦେଖାଯିବ , ଏହାଛଡା ଘର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ । ତେଣୁ ଆପଣ ମାନେ ଏପରି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୁଅନ୍ତୁ ନାହିଁ , କାରଣ ଘରେ ପାରା ବସା ବାନ୍ଧିବାର ଅର୍ଥ ଶୁଭ ହୋଇଥାଏ । ଯଦି ଆପଣ ପାରୁଛନ୍ତି ତ ସେମାନଙ୍କୁ ଜଳ ଓ ଚାଉଳ ଖାଇଭାକୁ ଦିଅନ୍ତୁ , ଏହା କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ ।

Leave a Comment