Grand Finale ରେ ଦୁଇ cute ଯୋଡି ନିଜ Singing ରେ ସମସ୍ତଙ୍କୁ impress କଲେ Tanisha & Sresthangana – Mun Bi Namita Agrawal Hebi S2… ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ଆଜିକା ଯୁଗରେ ସୋସିଆଲ ମିଡ଼ିଆ ଏକ ମହତ୍ୱପୂର୍ଣ ସ୍ଥାନ ଗ୍ରହଣ କରିଛି | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | ନିଜ ନିଜ ପ୍ରତିଭା ଅର୍ଥାତ କିଏ ଗୀତ ଗାଇ ନଚେତ ଆଉ କିଏ ନୃତ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ପାରୁଛନ୍ତି |

ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ଗୀତ ମଧ୍ୟ ଏମିତି ଏକ କଳା ଯାହାକୁ ଶୁଣିଲେ ଆମେ ସେହି କିଛି ସମୟ ପାଇଁ ସବୁ ଦୁଃଖ କଷ୍ଟ ଆଦି ଭୁଲି ଯାଇ ଥାଉ |

ତେବେ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ମୁଁ ନମିତା ଆଗ୍ରୱାଲ ହେବି ନିଶ୍ଚିତ ଭାବରେ ଦେଖୁ ଥିବେ ଯେଉଁଥିରେ ଅନେକ ପ୍ରତିଯୋଗୀ ଆସି ଭାଗ ନେଇ ଥାଆନ୍ତି ଆଉ ନିଜର କଳା ପରିବେଷଣ କରି ଥାଆନ୍ତି | ତେବେ ଏହି ମଞ୍ଚ ରେ ଏକ ଡୁଏଟ ପଫମାନ୍ସ ଦେଖିବା ପାଇଁ ମିଳିଛି ଯାହାକି ତାଙ୍କର ସୁନ୍ଦର କଣ୍ଠରେ ଗୀତ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ ଏହି ଏହି ଦୁଇ କଣ୍ଟେଷ୍ଟେଣ୍ଟ ଙ୍କ ନାଁ ହେଉଛି ତନୀଷା ଓ ଶ୍ରେଷ୍ଠଙ୍ଗନା ଯିଏ କି ଦୁହେଁ ମିଶି କାହ୍ନାରେ କାହ୍ନା ଲଗାନା ତୋ ରଙ୍ଗ ଲଗାନା ଗୀତ ଟିକୁ ଅତି ସୁନ୍ଦର ଭାବେ ଗାଇଛନ୍ତି |

ଏହି ଭଜନ ଟିକୁ ତ ଆପଣ ନିହାତି ଭାବରେ ଶୁଣି ଥିବେ ଯାହାକି ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏହି ଗୀତ ଟିକୁ କଣ୍ଠ ଦାନ କରି ଥିଲେ | ଆଉ ଏହି ଗୀତ ଟିକୁ ତନୀଷା ଓ ଶ୍ରେଷ୍ଠଙ୍ଗନା ମଧ୍ୟ ଖୁବ ସୁନ୍ଦର ଭାବେ ଗୀତ ପରିବେଷଣ କରିଛନ୍ତି | ତେବେ ଏହି ଗୀତ ଶୁଣିବା ପରେ ସେଠାରେ ବସି ଥିବା ଜଜ ମଧ୍ୟ ଉଭୟ ଙ୍କୁ ଖୁବ ପ୍ରଶଂସା କରି ଥିଲେ ଆଉ ଆହୁରି ଆଗକୁ ବଢ଼ିବା ପାଇଁ ଉତ୍ସାହ ମଧ୍ୟ ଦେଇ ଥିଲେ | ଏହି ଦୁହିଁଙ୍କର ଗୀତ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଦର୍ଶକ ଶୁଣି ମଧ୍ୟ ବହୁତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment