Viral video – ବାପା ପଙ୍ଗୁ ମାଆ ଦୃଷ୍ଟି ବାଧିତ କୁନି ପୁଅ ସମ୍ଭାଳୁଛି ଘର, ପାଠ ଛାଡି କରୁଛି ରୋଷେଇ ଆଉ ସେବା…ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ …

ବେଳେବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ଲୋକେ ଦେଖିଲା ଏବଂ ଶୁଣିବା ମାତ୍ରେ ଦୁଃଖ ପ୍ରକାଶ କରିଥାନ୍ତି। ତେବେ ଆପଣମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ତେବେ ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,

ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ । ତେବେ କୁହାଯାଇଛି କି, ୧୩ ବର୍ଷର ପିଲାଟି ପାଠ ପଢିବା ସହିତ ନିଜର ଘରକୁ ଚଲାଉଛି। ତାହା ସହିତ ପଙ୍ଗୁ ବାପା ଓ ଅନ୍ଧୁଣୀ ମା ର ସେବା କରୁଛି।


ତେବେ ସୂଚନା ଅନୁସାରେ ଯାହା କୁହାଯାଉଛି କି ସ୍ୱାମୀ, ସ୍ତ୍ରୀ ଓ ଦୁଇ ପୁଅ ଙ୍କୁ ନେଇକି ବେଶ ଭଲ ରେ ଚାଲୁଥିଲା ତାଙ୍କର ପରିବାର । ଗିରେନ ଯାହା ଖଟିକି ଟଙ୍କା ଆଣୁଥିଲେ ସେଥିରେ ତାଙ୍କର ପରିବାର ଚଳି ଯାଉଥିଲା ବୋଲି କୁହାଯାଉଛି । କିନ୍ତୁ ଦଇବ ଯେମିତି ତାଙ୍କର ଉପରେ ବାଧକ ସାଜିଲା ଆଉ ତାଙ୍କର ଘର ଉପରକୁ ମାଡ଼ି ଆସିଲା ଘୋର ବିପତ୍ତି ।

ତେବେ ସୂଚନା ଅନୁସାରେ ଏହି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଅନ୍ତର୍ଗତ ଗଡ଼ ପଞ୍ଚାୟତ ଶୀଳ ପୋଖରୀ ଗ୍ରାମର ଗିରେନ୍ ବୌଦ୍ୟ ଓ ତାଙ୍କ ସ୍ତ୍ରୀ ହେଉଛନ୍ତି ରୀନା ବୌଦ୍ୟ। ଆଉ ଯାହା କୁହାଯାଉଛି କି ରୀନା ବୌଦ୍ୟ ଙ୍କର ଆଖି ରେ ଧୀରେ ଧୀରେ କମ ଦେଖା ଯିବାରୁ ତାଙ୍କୁ ଡାକ୍ତର ଙ୍କ ପାଖକୁ ନେଇ ଯାଇଥିଲେ ସ୍ୱାମୀ।


ଆଉ ଡାକ୍ତର ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ କହିବାରୁ ଗିରେନ ବାହାରକୁ ଯାଇ ଟଙ୍କା ରୋଜଗାର କରିବା କୁ ଚାହିଁଲେ । ଆଉ ବାହାରକୁ ଗଲା ପରେ ସେଠି କାମ କରିବା ସମୟରେ ୬ ମହଲା କୋଠା ଉପରୁ ଖସି ପଡିଥିଲେ ଗିରେନ ଆଉ ଯାହା ଫଳରେ ସେ ପଙ୍ଗୁ ହୋଇ ଯାଇଥିଲେ ଆଉ ଏପରେ ରୀନା ମଧ୍ୟ ଅନ୍ଧ ହୋଇଗଲେ ।ଆଉ ପରିବାର କୁ ଚଳାଇବା ପାଇଁ ବର୍ତ୍ତମାନ ୧୩ ବର୍ଷ ର ପୁଅ ଘର କୁ ସମ୍ଭାଳୁଛି ।

ପାଠ ପଢା ସହିତ ପଙ୍ଗୁ ବାପା ଓ ଅନ୍ଧୁଣୀ ମା ଙ୍କୁ ସମ୍ଭାଳୁଛି ଓ ତାହା ସହିତ ସାନ ଭାଇର ସବୁ ଦାୟିତ୍ୱ ମଧ୍ୟ ନେଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣା କୁ ପ୍ରଶାସନ ସବୁ ଦେଖୁଥିଲେ ମଧ୍ୟ କିଛି ସାହାଯ୍ୟ କରୁ ନ ଥିବା କଥା କହିଛନ୍ତି ପିଲା ଜଣଙ୍କ ।ଆଉ ସାହାଯ୍ୟ ପାଇଁ ମଧ୍ୟ ଦାବି କରିଛି ପୁଅ ଓ ତାଙ୍କର ପରିବାର ଲୋକ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment