ସୋସିଆଲ ମିଡ଼ିଆ ଜଗତ ରେ ରୂପା ଓ ପିଣ୍ଟୁ ଏକ ସୁନ୍ଦର ଯୋଡ଼ି ଅଟନ୍ତି ଯେଉଁ ମାନେ କି ନିଜ ୟୁଟ୍ୟୁବ ଆକାଉଣ୍ଟ ରେ ଭିଡ଼ିଓ ପୋଷ୍ଟ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | କେବଳ ସେତିକି ନୁହେଁ ବରଂ ଅନେକ ଆଲବମ ରେ ମଧ୍ୟ ଦୁହେଁ କାମ କରି ସାରିଲେଣି ଯାହା ଦ୍ୱାରା ସେ ଅନେକ ନାଁ କରି ପାରିଛନ୍ତି | ତେବେ ପିଣ୍ଟୁ ପ୍ରାୟ ସମୟରେ ନିଜ ଘରର ଜୀବନ ଶୈଳୀ କୁ ନେଇ କିଛି ନା କିଛି ଭିଡ଼ିଓ ଉପଲୋଡ କରି ଥାଆନ୍ତି | ଆଉ ଏବେ ସେଭଳି ଏକ ସୁନ୍ଦର ଭିଡ଼ିଓ ପିଣ୍ଟୁ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ଆପଣ ଖୁବ ପସନ୍ଦ କରିବେ |
ଏଠାରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ପ୍ରଥମେ ଖାଇବା କୁ ନେଇକି ଖୁବ ମଜାଦାର ଢଙ୍ଗ ରେ ବୁଝାଉଛନ୍ତି ଆଉ ତାଙ୍କ ଘରର କୁନି ଝିଅ ରାମଦେବ ବାବା ଙ୍କୁ ଯୋଗ କରିବା ପାଇଁ କହୁଛନ୍ତି ଏବଂ ଭଲ ଭଲ ଖାଦ୍ୟ ଖାଇବାକୁ କହୁଛନ୍ତି | ଆଉ କହୁଛନ୍ତି ତମେ ଯଦି ପ୍ରୟାସ ଭଳି ଠିକଠାକ ଶରୀର କରିବା ପାଇଁ ଚାହୁଁଛନ୍ତି ତାହେଲେ ସକାଳେ ଉଠି ଅଧ ଘଣ୍ଟା ଯୋଗ କରନ୍ତୁ ବୋଲି ପିଣ୍ଟୁ ମଜାଦାର ଢଙ୍ଗ ରେ କହୁଛନ୍ତି |
ଏହାପରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ତାଙ୍କ ଘରେ ରଖି ଥିବା ରାଜା ରାଣୀ ପକ୍ଷୀ ପାଇଁ ଏକ ସୁନ୍ଦର ପଞ୍ଜୁରୀ ନେଇକି ଆସିଛନ୍ତି | ଏହାପରେ ପୁଣି ପିଣ୍ଟୁ ସୁଦଶା ବ୍ରତ ଦିନ ମନ୍ଦିର କୁ ପୋଛା ମାରି ପରିଷ୍କାର କରି ଦେଉଛନ୍ତି ଆଉ ନୂଆ ହାର କପଡ଼ା ମା ଙ୍କୁ ପିନ୍ଧାଇ ଦେଉ ଥିବାର ଦେଖିବା ପାଇଁ ମିଳିଛି | ଏହି ସୁଦଶା ବ୍ରତ ରେ ପିଣ୍ଟୁ ଙ୍କର ଭଉଣୀ ରୁନା ଖୁବ ସୁନ୍ଦର ଭାବରେ ଝୋଟି ପକାଇଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପ୍ରଶଂସା କରିବେ |
ତେବେ ଏହି ସୁଦଶା ବ୍ରତ ରେ ରୂପା କାନ୍ଦୁ ଥିବାର ଦେଖିବା ପାଇଁ ମିଳିଛି ଆଉ ପିଣ୍ଟୁ ରୂପା ଙ୍କୁ ହସାଇବା ପାଇଁ ଅନେକ ମଜାଦାର କଥା ମଧ୍ୟ କହୁଛନ୍ତି, କିନ୍ତୁ ରୂପା ରାଗିକି ଚାହୁଁ ମଧ୍ୟ ନାହାଁନ୍ତି , ତେବେ ପିଣ୍ଟୁ ଙ୍କର ଏଭଳି ଏକ ମଜାଦାର ଦୃଶ୍ୟ ଆପଣ ଙ୍କୁ ମଧ୍ୟ ବେସ ପସନ୍ଦ ଆସିବ | ତେବେ ଏହି ସୁଦଶା ବ୍ରତ ରେ ପିଣ୍ଟୁ ଙ୍କୁ ମଧ୍ୟ ଝୋଟି ଚିତା ପକାଉ ଥିବାର ଦେଖିବାକୁ ମିଳିଛି, ଆଉ ରୂପା ଓ ତାଙ୍କର ଶାଶୁ ମା ମିଶିକି ପିଠା କରୁଛନ୍ତି ଯାହାକୁ ଦେଖିଲେ ଆପଣ ଖୁବ ପସନ୍ଦ କରିବେ | ତେବେ ଏହି ଭିଡ଼ିଓ ଟି ଉପଲୋଡ ହେବା ପରେ ତାଙ୍କର ଫ୍ୟାନ୍ସ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଆଉ ଆପଣ ମଧ୍ୟ ଥରେ ଏହାକୁ ଦେଖନ୍ତୁ ଏବଂ ଉପଭୋଗ କରନ୍ତୁ |