ଦେଖନ୍ତୁ viral ଭିଡିଓ ! ରକ୍ତାତ ଅବସ୍ଥାରେ ଯାତ୍ରୀଙ୍କୁ ଧରି ପହଞ୍ଚିଲେ ହସ୍ପିଟାଲରେ ! ଡ୍ରାଇଭରଙ୍କ ପାଇଁ ବଂଚିଗଲେ ଯାତ୍ରୀ

ଆପଣ ମାନେ ତ ଜାଣିଛନ୍ତି ମଣିଷ ଜୀବନ ପାଣି ଫୋଟକା ଭଳି କେତେ ବେଳେ ଯେ କାହାର ଜୀବନ ଯିବ ତାହା କେହି ମଧ୍ୟ କହି ପାରିବେ ନାହିଁ | କାରଣ ମଣିଷ ଜୀବନ ଯେତେ ବେଳେ ପାଇଛି ତାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ, କଥା ରେ ମଧ୍ୟ ଅଛି ଯେ ମୃତ୍ୟୁ ବିନା ଜନ୍ମ ଅସମ୍ଭବ ଏବଂ ଜନ୍ମ ବିନା ମୃତ୍ୟୁ ଅସମ୍ଭବ | ଜଣେ ମଣିଷ କେତେ ବେଳେ ଜନ୍ମ ନେବ ତାହା କହି ହେବ କିନ୍ତୁ କାହାର କେତେ ବେଳେ ମୃତ୍ୟୁ ହେବ ତାହା କେହି ମଧ୍ୟ କହି ପାରିବେ ନାହିଁ | କିନ୍ତୁ ବେଳେ ବେଳେ ଏମିତି ବି କିଛି ଘଟଣା ଦେଖିବାକୁ ମିଳେ ମଣିଷ ର ଜୀବନ ଯାଉ ଯାଉ ତାର ଜୀବନ ବଞ୍ଚି ଯାଇ ଥାଏ |

କାରଣ ରଖିଲେ ଶିବ ମାରିବ କିଏ, ଯଦି ଜଣଙ୍କର ଜୀବନ ରଖିବାର ଥିବ ତେବେ ସେ କୌଣସି ଉପାୟ ରେ ମଧ୍ୟ ବଞ୍ଚି ଯିବ | ଏମିତି ବି ମଣିଷ ଆମ ସମାଜ ରେ ଅଛନ୍ତି ଯେଉଁ ମାନେ ବିନା ସ୍ୱାର୍ଥ ରେ ନିଜ ଜୀବନ କୁ ପଛରେ ପକାଇ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ଥାଆନ୍ତି |

ତେବେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଏକ ଡ୍ରାଇଭର ପାଇଁ ଯାତ୍ରୀ ମାନଙ୍କର ଜୀବନ ବଞ୍ଚି ପାରିଛି | ସୂଚନା ଅନୁଯାଇ ରାସ୍ତା ରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଥିଲା ଯାହା ଫଳରେ ବସ ର ମଝି ଅଂଶ ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇ ଥିଲା | କିନ୍ତୁ ବସ ର ଡ୍ରାଇଭର ହାର ମାନି ନଥିଲେ କାରଣ ଯେମିତି ହେଲେ ବି ଆହତ ଯାତ୍ରୀ ଙ୍କର ଜୀବନ ବଞ୍ଚାଇବାର ଥିଲା |

ତେବେ ଏହି ଦୁର୍ଘଟଣା ଟି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ | ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡ୍ରାଇଭର ଦୁର୍ଘଟଣା ପରେ ଭଙ୍ଗା ବସ ରେ ଆହତ ଯାତ୍ରୀ ଙ୍କୁ ଧରି ଦୁର୍ଘଟଣା ର ଘଟଣା ସ୍ଥଳ ରୁ ନେଇ ସ୍ଥାନୀୟ ହସ୍ପିଟାଲ ରେ ନେଇ ପହଞ୍ଚାଇ ଥିଲେ |


ତେବେ ଡ୍ରାଇଭର ଙ୍କର ଏଭଳି କାର୍ଯ୍ୟ ଏବଂ ମହାନତା ଯୋଗୁ ବଞ୍ଚି ଯାଇ ଥିଲା ଅନେକ ଯାତ୍ରୀ ଙ୍କ ଜୀବନ | ତେବେ ବସ ଓ ଟ୍ରକ ମୁହାଁମୁହିଁ ଧୋକା ହେବାରୁ 20 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି, ବସ ଟି ବାରିପଦା ରୁ କେନ୍ଦୁଝର ଆଡକୁ ଯାଉ ଥିବା ବେଳେ ବାଙ୍ଗିରିପୋଷି ଘାଟି ର ପ୍ରଥମ ବାଙ୍କ ରେ ଏକ ଟ୍ରକ ବସ କୁ ଧୋକା ଦେଇ ଥିଲା |

ତେବେ ସ୍ଥାନୀୟ ଲୋକ ମାନେ ଆହତ ମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରି ହସ୍ପିଟାଲ କୁ ନେଇ ଯାଇ ଥିଲେ | ତେବେ ଏହି 20 ଜଣ ଆହତ ଙ୍କ ମଧ୍ୟରୁ ଜଣଙ୍କ ପରିବାର ର ବାପା ମା ଓ 8 ବର୍ଷ ର ପିଲା ର ମୃତ୍ୟୁ ହୋଇଛି ଏବଂ ଟ୍ରକ ଡ୍ରାଇଭର ଙ୍କର ମଧ୍ୟ ଏକ ହାତ ସମ୍ପୂର୍ଣ କଟି ଯାଇ ଥିଲା ଯାହାକୁ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment