ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ପୁରୀ ଶ୍ରୀମନ୍ଦିର କୁ ନେଇ ଅନେକ ଘଟଣା ଅନେକ ସମୟରେ ସାମ୍ନା କୁ ଆସି ଥାଏ | କେତେ ବେଳେ କିଛି ଏମିତି ଘଟି ଥାଏ କି ଯାହାକୁ ଅଶୁଭ ବୋଲି ବିବେଚିତ କରାଯାଏ ଏବଂ ପୁଣି କେତେ ବେଳେ ପୁଣି ଏମିତି ଘଟଣା ଥାଏ ଯାହା ଶୁଭ ବୋଲି ବିବେଚିତ କରାଯାଏ | ତେବେ ପୁଣି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବେସ ଖୁସି ମଧ୍ୟ ଅନୁଭବ କରିବେ |
ପୁଣି ଶ୍ରୀମନ୍ଦିର ରୁ ଉଦ୍ଧାର ହେଲା ଆଉ ଏକ ଧଳା ପେଚା ଯାହାକୁ ମହାପ୍ରଭୁ ଙ୍କ ପକ୍ଷରୁ କିଛି ଶୁଭ ସଙ୍କେତ ବୋଲି ଭକ୍ତ ବିଶ୍ୱାସ କରୁଛନ୍ତି | ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିର ରୁ ଗତ କାଲି ଏକ ଧଳା ପେଚା ଉଦ୍ଧାର କରାଯାଇ ଥିଲା, ଆଜି ଆଉ ଏକ ଧଳା ପେଚା କୁ ଉଦ୍ଧାର କରା ଯାଇଛି | ଧଳା ପେଚା କୁ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ନିକଟରୁ ଉଦ୍ଧାର କରା ଯାଇଛି | ଗତ କାଲି ମା ପେଚା ଟିକୁ ଲକ୍ଷ୍ମୀ ମନ୍ଦିର ନିକଟରେ ଉଦ୍ଧାର କରାଯାଇ ଥିବା ବେଳେ ଆଜି ଛୁଆ ପେଚା ଟି ତଳକୁ ଗଡ଼ି ପଡିଥିଲା |
ପେଚା ଟିକୁ ହନୁ ଆକ୍ରମଣ କରିବା ପାଇଁ ଗୋଡାଉ ଥିବା ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ରେ ରହି ଥିବା ସିବେଦ୍ଧାର ଯୋଗେଶ ସ୍ୱାଇଁ ଏହାକୁ ଉଦ୍ଧାର କରି ଥିଲେ | କିଛି ସେବାୟତ ଙ୍କ ସହଯୋଗ ରେ ଏକ ବାସ୍କେଟ ରେ ଧରି ଧଳା ପେଚା ଟିକୁ ଧରି ବନ ବିଭାଗ କୁ ହସ୍ତାନ୍ତର କରାଯାଇଛି | ତେବେ ଧଳା ପେଚା ମହା ଲକ୍ଷ୍ମୀ ଙ୍କର ବାହାନ ବୋଲି ପରାଣିକ କିମ୍ବଦନ୍ତୀ ରହିଛି, ମହା ଲକ୍ଷ୍ମୀ ଙ୍କର ପାଦ ନିକଟରେ ପେଚା ରହି ଥାଏ | ତେଣୁ ପେଚା ଟି ଶ୍ରୀମନ୍ଦିର ର ଲକ୍ଷ୍ମୀ ମନ୍ଦିର ରୁ ଉଦ୍ଧାର ହେବାକୁ ନେଇ ଭକ୍ତ ଓ ଦର୍ଶନା ଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବା ପାଇଁ ମିଳିଛି | ଏହି ଧଳା ପେଚା ଆଗାମୀ ଦିନରେ କିଛି ଶୁଭ ସଙ୍କେତ ଆଣି ଥାଇ ପାରେ ବୋଲି ସେବାୟତ ସୂଚନା ଦେଇଛନ୍ତି |
କାରଣ ଧଳା ପେଚା ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ତେବେ ପୁରୀର ସେବାୟତ କହିଛନ୍ତି କି ଗତ କାଲି ମା ପେଚା କୁ ଲକ୍ଷ୍ମୀ ମନ୍ଦିର ନିକଟରେ ଉଦ୍ଧାର କରାଯାଇ ଥିଲା ଆଉ ଆଜି ପୁଣି ଛୁଆ ପେଚା ଉଦ୍ଧାର ହୋଇଛି ଯାହାକି ଖୁବ ଶୁଭ ସଙ୍କେତ ରହିଛି | ତେବେ ଏହି ପେଚା କୁ ବନ ବିଭାଗ କୁ ହସ୍ତାନ୍ତର କରିବା ପରେ ଆମ ଦାୟିତ୍ୱ ସମ୍ପୂର୍ଣ୍ଣ ହେବ ବୋଲି ସେବାୟତ କହିଛନ୍ତି | ତେବେ ଏହି ଦୃଶ୍ୟ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ଖୁସି ଅନୁଭବ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।