ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସେ ଯାହା ଖୁସି ବଦଳରେ ଲୋକ ଙ୍କ ମନରେ ଭରି ଦେଇଥାଏ ଦୁଃଖ | ତେବେ ସେହିଭଳି ଏକ ଦୁଶ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଠି ମା ଙ୍କର ପୂଜା ଅର୍ଚନା ଚାଲିଥିବା ସମୟରେ ପୂଜା ମଣ୍ଡପ ରେ ଲାଗି ଯାଇଥିଲା ନିଆଁ | ଆଉ କିଛି କ୍ଷଣ ଭିତରେ ସବୁ ପୋଡିକି ପାଉଁଶ ମଧ୍ୟ ହୋଇଗଲା | ଆଉ ଅନେକ ଲୋକ ଏଥିରେ ଆହତ ହେବା ସହିତ ମୃତ୍ୟୁ ମୁଖରେ ମଧ୍ୟ ଅନେକେ ପଡିଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଭଦଇ ର ଆରହି ଅଞ୍ଚଳରେ | ଆଉ ଯେଉଁଠି ଦେଖାଯାଇଛି କି ଦୁର୍ଗା ପୂଜା ଅବସରରେ ଚଳ ଚଞ୍ଚଳ ହୋଇ ଉଠିଥିଲା ସାରା ସହର | ଆଉ ଏହି ଭଳି ପୂଜା ଅର୍ଚନା ଚାଲିଥିବା ସମୟରେ ଆଉ ମା ଙ୍କର ଅଳତି, ଘଟ ଆଉ ଘଣ୍ଟା ରେ ଚତୁଃର୍ଦିଗ ଚୋହଳାଇ ଯାଉଥିବା ସମୟରେ ଓ ପୂଜା ସମୟରେ ହଠାତ ପୂଜା ମଣ୍ଡପରେ ଲାଗି ଯାଇଥିଲା ନିଆଁ |
ତେବେ ପୂଜା ମଣ୍ଡପ ତି କପଡା ଆଉ କାଠରେ ତିଆରି ହେଇଥିବାରୁ ଚାହୁଁ ଚାହୁଁ ନିଆଁ ମଧ୍ୟ ଧରି ନେଇଥିଲା | ଆଉ ଏଭଳି ଭାବରେ ନିଆଁ ଚଳିଥିଲା କି ଚାହୁଁ ଚାହୁଁ ନିଆଁ ଚାରିଆଡେ ମାଡ଼ି ଯାଇଥିଲା | ଆଉ ଘଟଣା ସ୍ଥଳରେ 150 ରୁ ଅଧିକ ଲୋକ ମଧ୍ୟ ଥିଲେ |
ଆଉ ନିଆଁ ଲାଗିବା କଥା କୁ ଶୁଣିକି ଯିଏ ଯୁଆଡେ ପାରିଲା ଦୌଡ଼ିବାକୁ ଲାଗି ଥିଲା ନିଜର ପ୍ରାଣ କୁ ବଞ୍ଚାଇବା ପାଇଁ | କିନ୍ତୁ ତାହା ଭିତରେ ଅଧିକ ଫୋସି ଯାଇଥିଲେ ଛୋଟ ପିଲା ଆଉ ସ୍ତ୍ରୀ ଲୋକ ମାନେ | ଆଉ ଯାହା କୁହାଯାଉଛି କି ଘଟଣା ସ୍ଥଳ ରେ 5 ଜଣଙ୍କର ମୃତ୍ୟୁ ହେବା ସହିତ 60 ଜଣ ରୁ ଅଧିକ ଲୋକ ଆହତ ହୋଇ ଥିବାର ଦେଖିବାକୁ ମିଳିଛି |
ତେବେ ଏହି ଭଳି ନିଆଁ ଲାଗିବାର ଖବର ପାଇଁକି ସାଙ୍ଗେ ସାଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ର ଲୋକ ମାନେ ଆସିକି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ଥିଲେ | ଆଉ ଯାହା ଦେଖିବାକୁ ମିଳିଥିଲା କି ଏହି ନିଆଁ ରୁ ବର୍ତ୍ତୀ ପାରି ନ ଥିଲେ ମା ଦୁର୍ଗା | ଆଉ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଥିବାର ଦେଖିବାକୁ ମିଳିଛି | ଆଉ ଆହତ ମଧ୍ୟ ହସ୍ପିଟାଲ ରେ ରହିକି ଚିକିତ୍ସିତ ହେଉଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ