ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ସମାଜକୁ ଆଗକୁ ନେବା ପାଇଁ ପୁଅ ଝିଅର ମିଳନ ଅତ୍ୟନ୍ତ ଜରୁରୀ ଅଟେ । ବିବାହ ଏକ ପ୍ରକାର ବିଶ୍ୱାସର ସମ୍ପର୍କ ଅଟେ ଏବଂ ମନରେ ଅନେକ ପ୍ରକାର ଖୁସି ଓ ଇଚ୍ଛା ମଧ୍ୟ ରହିଥାଏ । ପରସ୍ପର ଜୀବନକୁ ଆଗକୁ ବଢାଇବା ପାଇଁ ଅନେକ ପ୍ରକାର ପ୍ରଚେଷ୍ଟା ଓ ଦାୟିତ୍ୱ ରହିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଶ୍ୱାସ ଓ ଭଲ ପାଇବା ରହିବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡା ଅଧିକ ମାତ୍ରାରେ ହେଉଛି ।
ସାମାନ୍ୟ ଝଗଡା ପାଇଁ ସ୍ୱାମୀ ସ୍ତ୍ରୀ ଛାଡପତ୍ର ଦେବାର ନିଷ୍ପତି ନେଉଛନ୍ତି ।ବର୍ତ୍ତମାନ ସମୟରେ ଏହିପରି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇବ । ତେବେ ଏହି ଘଟଣାଟି ଘଟିଛି ପାଟନା କୋର୍ଟ ରେ ,
ଘଟଣା ଅନୁସାରେ ନଗେନ୍ଦ୍ର , ତାନିଆ ନାମକ ଏକ ଝିଅ କୁ ବିବାହ କରିଥିଲେ। ତାନିଆ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଚାହିଁଥିଲେ । ସ୍ତ୍ରୀ ର ଏହି ଇଛା ଦେଖି ସ୍ୱାମୀ ଜଣଙ୍କ ତାଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇବା ପାଇଁ କଲେଜ ରେ ନାମ ଲେଖାଇଲେ। କିନ୍ତୁ କିଛି ଦିନ ପରେ ହଠାତ ତାଙ୍କର ପତ୍ନୀ କୁଆଡେ ଗାଏବ ହୋଇ ଯାଇଥିଲେ। ଯାହା ଫଳରେ ନଗେନ୍ଦ୍ର ତାଙ୍କୁ ବହୁତ ଖୋଜିଥିଲେ। ଅନେକ ଖୋଜିବା ପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କର ସ୍ତ୍ରୀ ରାଜୀବ ନାମକ ଆଉ ଜଣେ ପୁଅ କୁ ନିଜ ଇଚ୍ଛାରେ ବିବାହ କରି ନେଇଛନ୍ତି।
ଏକଥା ଜାଣିବା ପରେ ନଗେନ୍ଦ୍ର କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ଓ ନିଜର ସମସ୍ତ ଅଭିଯୋଗ ଶୁଣାଇଥିଲେ। ତେବେ ନଗେନ୍ଦ୍ର ଙ୍କର ସବୁ କଥା ଶୁଣିବା ପରେ ପାଟନା କୋର୍ଟ ଏକ ନିଆରା ନିଷ୍ପତି ଦେଇଥିଲେ। ନିଷ୍ପତି ଟି ଏହା ଥିଲା କି ଯଦି ତୁମ ସ୍ତ୍ରୀ ଆଉ କାହାକୁ ନିଜ ଇଛାରେ ବିବାହ କରି ଛନ୍ତି ତେବେ ତୁମେ ମଧ୍ୟ ତାଙ୍କୁ ଭୁଲି ଆଉ ଜଣେ ଝିଅ ଦେଖି ତାକୁ ବିବାହ କରିନିଅ। କୋର୍ଟ ଙ୍କର ଏହି ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।