ଦେଖନ୍ତୁ EXCLUSIVE :ଭିଡିଓ …ମୋତେ କ୍ଷମା କରିଦିଅ ମୁଁ ତୁମେ ବଞ୍ଚିଥିବା ସମୟରେ ଦେଖା କରିବାକୁ ଦିଲ୍ଲୀ ଗଲିନାହିଁ ! ଏବେ ସତ ସତ ଚାଲିଗଲ….କାନ୍ଦି କାନ୍ଦି ବେହୋସ ହେଲେ ସ୍ତ୍ରୀ….

ଆଉ ନାହାଁନ୍ତି ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ହାଇଦ୍ରାବାଦ୍ ଯଶୋଦା ମେଡ଼ିକାଲ ରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପିଣ୍ଟୁ ନନ୍ଦ।ଗତ କାଲି ରାତ୍ରୀ ୧୧ ଟା ୨୫ ମିନିଟ୍‌ ରେ ହାଇଦ୍ରାବାଦର ଯଶୋଦା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ବୟସ ହୋଇଥିଲା।

ତେବେ ଆଜି ଅପରାହ୍ନ ରେ ପିଣ୍ଟୁ ନନ୍ଦ ଙ୍କ ମର ଶରୀର ଆସି ଭୁବନେଶ୍ୱର ରେ ପହଁଚିଛି।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ଦେଖିବାକୁ ମିଳିଛି ପିଣ୍ଟୁ ନନ୍ଦ ଙ୍କ ମର ଶରୀର ପାଖରେ ବସି ପିଣ୍ଟୁ ଙ୍କ ବଡ ଭାଇ କାନ୍ଦୁଛନ୍ତି। ଯେଉଁ ଦୁଃଖଦ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ପିଣ୍ଟୁ ନନ୍ଦଙ୍କ ପରଲୋକ ରେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର।

ଲିଭର୍ ସିରୋସିସ୍‌ରେ ପୀଡ଼ିତ ଥିବା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ।ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରା ଯାଇ ଥାନ୍ତା। କିନ୍ତୁ ଦିଲ୍ଲୀରେ ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା।

ଆଉ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।ତେବେ ସବୁଠାରୁ ବଡ଼ କଥା ,ପିଣ୍ଟୁ ନନ୍ଦଙ୍କୁ ମୁଖାଗ୍ନି ନ ଦେଇ ପାରନ୍ତି ବଡ଼ ପୁଅ। ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର କାଲି ଭୁବନେଶ୍ବର ଆସିଥିଲା। ଆଉ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର କିନସ୍ ରେ ରଖାଯାଇଛି।


ଏହାପରେ ନିଜର ଗାଁ ଘର ଜଗତସିଂହପୁର କୁ ଯିବା ପରେ ତାଙ୍କୁ ସ୍ଵର୍ଗଦ୍ଵାର ନିଆଯାଇ ସେଠାରେ ହିଁ ପୋଡ଼ାଯିବ। ଆଉ ବଡ଼ କଥା ହେଉଛି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ ର ଅଛି ପରୀକ୍ଷା। ଯାହା ପରୀକ୍ଷା ଦେଇ ପିଣ୍ଟୁଙ୍କୁ ପାଖକୁ ଆସିବେନି କି ନାହିଁ ଏପର୍ଯ୍ୟନ୍ତ ସଠିକ୍ ହୋଇ ନାହିଁ। ତେବେ ତାଙ୍କ ସାନ ପୁଅ ହୁଏତ ପିଣ୍ଟୁ ନନ୍ଦଙ୍କୁ ଦେଇପାରେ ମୁଖାଗ୍ନି। ତାଙ୍କ ବଡ଼ ପୁଅର ଚାଲିଛି ମ୍ୟାଟ୍ରିକ ପରୀକ୍ଷା। ତେବେ ତାଙ୍କ ପୁଅ ମ୍ୟାଟ୍ରିକ ପରୀକ୍ଷା ଦେଇ ଆସି ପାରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଯଦି ବଡ଼ ପୁଅ ନ ଆସିଲେ ତାହେଲେ ସାନ ପୁଅ ହିଁ ଦେବେ ପିଣ୍ଟୁ ନନ୍ଦଙ୍କ ମୁହଁ ରେ ନିଆଁ।

Leave a Comment