olywod ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସିଲା ବଡ଼ ଦୁଃଖ ଖବର …ସ୍ତ୍ରୀ ସୋସିଆଲ୍ ମିଡିଆରେ ମାଗିଲେ ସାହାର୍ଯ୍ୟ ଦେଖନ୍ତୁ ଏହି ଛାତିଥରା ଭିଡିଓ

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ଯେଉଁ ମାନେ ଆମ ମନରଞ୍ଜନ ପାଇଁ ଅଭିନୟ କରି ଦେଖାଇ ଥାଆନ୍ତି ଆଉ ଏହି କଳାକାର ମାନେ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ଜଡ଼ିତ ହୋଇ ରହି ଥାଆନ୍ତି | ତେବେ ଫିଲ୍ମ ଇଣ୍ଡଷ୍ଟ୍ରି କୁ ନେଇ ବେଳେ ବେଳେ ଦୁଃଖ ଖବର ଆସି ମଧ୍ୟ ପହଞ୍ଚି ଥାଏ ଆଉ ସେଭଳି ଏକ ଦୁଖଃଦ ଖବର ଆସି ପହଞ୍ଚିଛି | ଓଲିଓଡ଼ ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ |

ଯିଏ କି ଉଭୟ ପଯ୍ଏଟିଭ ଓ ନେଗେଟିଭ କ୍ୟାରେଟର ରେ ଦେଖିବା ପାଇଁ ମିଳିଥାନ୍ତି ଆଉ ଏହା ସହିତ କମେଡିଆନ ଭୂମିକା ରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି | ତେବେ ସମସ୍ତ ଙ୍କୁ ହସାଉ ଥିବା ଅଭିନେତା ପିଣ୍ଟୁ ନନ୍ଦ ଆଜି ଲିଭର ଜନିତ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କ ଅପରେସନ ପାଇଁ ଅନେକ ଟଙ୍କା ମଧ୍ୟ ଦରକାର |

ବର୍ତ୍ତମାନ ସମୟରେ ନିଜ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଅଭିନେତା ପିଣ୍ଟୁ ନନ୍ଦ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି କି ଓଡ଼ିଶା ବାସୀ ମୋ ନମସ୍କାର ଗ୍ରହଣ କରିବେ ଆଉ ମୁଁ ଏବେ ଅସୁବିଧା ରେ ଅଛି, ମୋ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ଦୟା କରି ଆପଣ ମାନେ ସାହାଯ୍ୟ କଲେ ମୁଁ ସୁସ୍ଥ ହୋଇ ପାରିବି | ମିଟୁ ମିଥୁନ ଙ୍କ ଫେସବୁକ ଲାଇଭ ରେ ଏମିତି କିଛି ଅଭିନେତା ପିଣ୍ଟୁ ନନ୍ଦ କହିଛନ୍ତି |

 

ଆଉ ଏହି ଭିଡ଼ିଓ କୁ ଦେଖି ସାରିବା ପରେ ପିଣ୍ଟୁ ନନ୍ଦ ଙ୍କୁ ଜାଣି ଥିବା, ଶୁଣିଥିବା ଆଉ ଭଲ ପାଉ ଥିବା ସମସ୍ତ ଦର୍ଶକ ଙ୍କର ଛାତି ଫାଟି ଗଲା ଭଳି ଲାଗୁଛି | ଆଖିରେ ଅମାନିଆ ଲୁହ ଗୁଡ଼ିକ ବୋହି ଆସୁଛି କାରଣ ଯେଉଁ ପିଣ୍ଟୁ ନନ୍ଦ ଦିନେ ସ୍କ୍ରିନ ଆଗରେ ଆମକୁ ହସାଇବା ପାଇଁ, ଆମକୁ କନ୍ଦେଇବା ପାଇଁ, ଆମର ମନରଞ୍ଜନ କରାଇବା ପାଇଁ ମୁହଁରେ ପାଉଡର ମାରି ମିଛି ମିଛିକା ଅଭିନୟ କରୁ ଥିଲେ ସେ ଆଜି ସତରେ ଏକ ରୋଗ ସହ ଲଢେଇ କରୁଛନ୍ତି |

ସେ ଆଜି ସତରେ ଜୀଵନ ମୃତ୍ୟୁ ସହ ଲଢେଇ କରୁଛନ୍ତି ଆଉ ତାଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇବାକୁ ହେଲେ ପଇସା ଦରକାର ଟଙ୍କା ଦରକାର | ସେଥିପାଇଁ କୁଆଡେ 50 ରୁ 60 ଲକ୍ଷ ଟଙ୍କା ଦରକାର ତାହା ପୁଣି ମାତ୍ର 2 ରୁ 3 ଦିନ ଭିତରେ | ଏଭଳି ଏକ ସମୟ ରେ ମିଟୁ ମିଥୁନ ନିଜ ଫେସବୁକ ଆଇଡି ରେ ଏକ ଲାଇଭ କରିଛନ୍ତି ଆଉ ଯେଉଁଥିରେ ନିଜେ ଅଭିନେତା ପିଣ୍ଟୁ ନନ୍ଦ ମୁହଁ ଖୋଲିଛନ୍ତି | ତେବେ ଏହି ଭିଡ଼ିଓ ଦେଖି ସାରିବା ପରେ ଆମର ଏକ କର୍ତ୍ତବ୍ୟ କି ପିଣ୍ଟୁ ନନ୍ଦ ଙ୍କ ପାଇଁ ଆମେ ସମସ୍ତେ ଭଗବାନ ଙ୍କୁ ଡାକିବା ଯାହାକି ଆମ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଖୁବ ଜଲଦି ସୁସ୍ଥ କରି ଦିଅନ୍ତୁ | ଆଉ ଯଥା ଶୀଘ୍ର ସେ ଆମକୁ ପୁଣି ଥରେ ହସାଇବା ପାଇଁ ସେ ପୁଣି କ୍ୟାମେରା ଆଗରେ ଠିଆ ହୁଅନ୍ତୁ |

Leave a Comment