ପୁଣି 2022 ର ଅନ୍ତିମ ଓ ଭୟଙ୍କର ଚନ୍ଦ୍ର ଗ୍ରହଣ ( 08 November ) ହାଣ୍ଡିଛାଡ ସଠିକ ସମୟ | ୮ ଟି ରାଶି ମହା ଭାଗ୍ୟଶାଳୀ , ଜାଣନ୍ତୁ କେତେବେଳେ ପାକ ନିଷେଧ – Vastu Shastra

2022 ମସିହା ର ନଭେମ୍ବର ମାସ 8 ତାରିଖ ଦିନ ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାକାଶ ରେ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି | ଏହି ଚନ୍ଦ୍ର ଗ୍ରହଣ ଏକ ଲମ୍ବା ଗ୍ରହଣ ମଧ୍ୟ ହେବାକୁ ଯାଉଛି ତେବେ ଏହା ଓଡ଼ିଶା ସହିତ ସମ୍ପୂର୍ଣ୍ଣ ଭାରତ ରେ ଦୃଶ୍ୟମାନ ହେବ ଏବଂ ଅନ୍ୟ ଦେଶରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି | ଏହି ଦେଶ ଗୁଡ଼ିକ ହେଉଛି ଆମେରିକା, ଋଷ, ଚୀନ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଇତ୍ୟାଦି ରେ ଦୃଶ୍ୟ ମାନ ହେବ | ତେବେ ଶାସ୍ତ୍ର ଅନୁଯାଇ ଚନ୍ଦ୍ର ଗ୍ରହଣ ରେ ଗ୍ରହ ନକ୍ଷତ୍ର ଙ୍କ ଅବସ୍ଥାନ ରେ ବହୁତ ବଡ଼ ପରିବର୍ତ୍ତନ ହୋଇଥାଏ | ତେବେ ଏହାର ପ୍ରଭାବ 12 ଗୋଟି ରାଶି ଉପରେ ମଧ୍ୟ ପଡିଥାଏ | ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣ ସମୟ, ପାକ ନିଷେଧ ସମୟ କେତେବେଳେ ରହିଛି ସେହି ସମ୍ପର୍କ ରେ ଆଲୋଚନା କରିବା |

ଗ୍ରହଣ ଲାଗିବାର 9 ଘଣ୍ଟା ଅର୍ଥାତ 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇ ଥାଏ ଏହି ସମୟ ସୀମା କୁ ସୂତକ ସମୟ ବୋଲି ମଧ୍ୟ କୁହାଯାଇ ଥାଏ | ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ତିଆରି କରନ୍ତୁ ନାହିଁ ଏବଂ ଏହି ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ |

ତେବେ ଏହି ଗ୍ରହଣ ଲାଗିବାର ସମୟ ହେଉଛି 8 ନଭେମ୍ବର 2022 ମଙ୍ଗଳବାର ସକାଳ 5ଟା 39ମିନିଟ ଠାରୁ ଆରମ୍ଭ କରି 6ଟା 10 ମିନିଟ ପର୍ଯ୍ୟନ୍ତ ରହିବ | ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ସୀମା ହେଉଛି ମଙ୍ଗଳବାର 2ଟା 38ମିନିଟ 14 ସେକେଣ୍ଡ ରେ ଆରମ୍ଭ ହେବ ଏବଂ ମଧ୍ୟକାଳ ସମୟ 4ଟା 28ମିନିଟ 17 ସେକେଣ୍ଡ ରେ ହେବ | ସନ୍ଧ୍ୟା 6ଟା 18ମିନିଟ 47 ସେକେଣ୍ଡ ରେ ଗ୍ରହଣ ଶେଷ ହେବ ବା ମକ୍ଷ ପ୍ରାପ୍ତି ହେବ | ଏହି ଚନ୍ଦ୍ର ଗ୍ରହଣ ମହାକାଶ ରେ ପ୍ରାୟତଃ 3ଘଣ୍ଟା 38 ମିନିଟ 36 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ | ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶା ରେ ସନ୍ଧ୍ୟା 5ଟା 10 ମିନିଟ ରେ ଆରମ୍ଭ ହୋଇ 6ଟା 18ମିନିଟ ରେ ଶେଷ ହେବ |

ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ | ଏହି ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ ଏବଂ ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ | ଗର୍ଭବତୀ ମହିଳା, ବୃଦ୍ଧ ବ୍ୟକ୍ତି ଏବଂ ଛୋଟ ପିଲା ଙ୍କୁ ଛାଡ଼ି ଏହି ସମୟରେ କୌଣସି ବ୍ୟକ୍ତି ଶୋଇବା ଉଚିତ ନୁହେଁ ସେହି ସମୟରେ ଶୟନ କଲେ ଭୟଙ୍କର ରୋଗ ହୋଇଥାଏ |

ତେବେ ଶାସ୍ତ୍ର ଅନୁଯାଇ ଏହି ଚନ୍ଦ୍ର ଗ୍ରହଣରେ କିଛି ରାଶି ଙ୍କ ଉପରେ ଏହା ଅଶୁଭ ପ୍ରଭାବ ପକାଉ ଥିବା ବେଳେ ଆଉ କିଛି ରାଶି ଙ୍କ ଉପରେ ଶୁଭ ପ୍ରଭାବ ପକାଉଛି | ତେବେ 12 ଗୋଟି ରାଶି ଙ୍କ ମଧ୍ୟରୁ 8 ଗୋଟି ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି | ଏହି ରାଶି ଗୁଡ଼ିକ ହେଉଛି ମିଥୁନ ରାଶି, କର୍କଟ ରାଶି, ବିଛା ରାଶି, କୁମ୍ଭ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଏବଂ ମୀନ ରାଶି | ଆଉ ଯେଉଁ 4ଟି ରାଶି ରହିଲେ ଏହି ଚନ୍ଦ୍ର ଗ୍ରହଣ ସେମାନଙ୍କ ପାଇଁ ବହୁତ ଅଶୁଭ ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment